csstore

କପିଲାଭଟାରେ ସାର୍ବଜନୀନ ଗିରି ଗୋବର୍ଦ୍ଧନଙ୍କ ଭସାଣୀ ଯାତ୍ରା ସମ୍ପନ୍ନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ୨ୟତମ ସାର୍ବଜନୀନ ଗିରି ଗୋବର୍ଦ୍ଧନ ପୂଜା ଭସାଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ହେମନ୍ତ ହଂସ ତାଙ୍କ ସହଧର୍ମିଣୀ ଗୌରୀ ହଂସ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ପ୍ରଦୀପ ମିଶ୍ର ଓ ସେବକ ପବିତ୍ର ପୁଟେଲ ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରଥମେ ପୂଜା ବିସର୍ଜନ ସାରିବା ପରେ ଦୋଳବାଦ୍ୟ, ସଂକୀର୍ତ୍ତନର ତାଳେ ତାଳେ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ କପିଲାଭଟା ଗାଁର ଅମୃତ ସରୋବର ଠାରେ ଭସାଣୀ କରାଯାଇଥିଲା । ଏଥିରେ ଆୟୋଜକ କମିଟିର ସଭାପତି କର୍ଣ୍ଣ ହଂସ, ଉପସଭାପତି ବିଷ୍ଣୁ ଗହିର, ସମ୍ପାଦକ ଯୁବରାଜ ହଂସ, ସହ ସମ୍ପାଦକ ସନ୍ତୋଷ ହଂସ, କୋଷାଧ୍ୟକ୍ଷ ବୀର ହଂସ, ସହ କୋଷାଧ୍ୟକ୍ଷ ମନମଥ ହଂସ, ପାର୍ଥ ହଂସ, ହୁଲେଶ୍ୱର ହଂସ, ଅନନ୍ତ ହଂସ, ସୁରେନ୍ଦ୍ର ହଂସ, ହର ହଂସ, କୁବେର ହଂସ, ହରେଶ ବେହେରା, ପରମାନନ୍ଦ ଛତ୍ରିଆଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । ୩ ଦିନ ଧରି ଏହି ପୂଜା ଆୟୋଜନ କରାଯାଇଥିବାରୁ ଗାଁରେ ଉତ୍ସବ ମୁଖର ମାହୋଲ ହୋଇପଡିଥିଲା । ଆଲୋକ ମାଳାରେ ସୁସଜ୍ଜିତ ହୋଇଥିବା ବେଳେ ଲୋକଙ୍କ ପ୍ରବଳ ଭିଡ଼ ଲାଗିରହିଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ମୁତୟନ ହୋଇଥିଲା

jayashree
Leave A Reply

Your email address will not be published.