ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ସ ଏମ୍ପା‌ୱାରମେଣ୍ଟ ମହିଳା ଶାଖା ତରଫରୁ କୁଷ୍ଟାଶ୍ରମଠାରେ ଖାଦ୍ୟ ଓ କପଡା ବଣ୍ଟନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ସ ଏମ୍ପା‌ୱାରମେଣ୍ଟ ମହିଳା ଶାଖା ତରଫରୁ ଆଜି ମକର ସଂକ୍ରାନ୍ତୀ ଅବସରରେ ବରଗଡ଼ ସ୍ଥିତ ପାଣ୍ଡରୀପଥର କୁଷ୍ଟାଶ୍ରମ ଠାରେ ଅନୁଷ୍ଠାନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ନୂତନ ବସ୍ତ୍ର, ପୂରୁଣା କପଡା ବଣ୍ଟନ କରାଯାଇଛି। ଶୀତକୁ ଆଖି ଆଗରେ ରଖି ଏହି ପରି କାର୍ଯ୍ୟକ୍ରମ କରିବା ପାଇଁ ମହିଳା ଟିମ୍ ଆଗଭର ହୋଇଛନ୍ତି ବୋଲି ଅନୁଷ୍ଠାନର ସଭାପତି ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉ କି ଲକ୍ ଡାଉନ୍ ସମୟରେ ଏହି କଲୋନୀରେ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗୋଟିଏ ମାସର ଶିଖିଲା ଖାଦ୍ୟ ସାମଗ୍ରୀ ତଥା କମ୍‌ମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ମହିଳା ପ୍ରମୁଖ ଶ୍ରୀମତୀ ମେନକା ବାଗ୍, ସଂପାଦିକା ଶ୍ରୀମତୀ ରୀତାଂଜଳି ଦାଶ, ସବିତା, ରୀତା, ଜତୀନ କାର୍ଯ୍ୟକ୍ରମରେ ଯୋଗଦାନ କରି ବଣ୍ଟନ କରିଥିଲେ । ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ଏହି କାର୍ୟ୍ୟକ୍ରମରେ ସହଯୋଗ କରିବା ସହିତ କରୋନା ଉପରେ ଅନ୍ତେବାସୀ ମାନଂକୁ ସଚେତନତା ସୃଷ୍ଟି କରିଥିଲେ । ଆଜିର କାର୍ୟ୍ୟକ୍ରମର ସାମଗ୍ରୀ ବଣ୍ଟନ ପାଇଁ ରୀତାଂଜଳି ଦାଶ ବିଶେଷ ଭାବରେ ସହଯୋଗ କରିଥିଲେ ।

Leave A Reply

Your email address will not be published.