csstore

କପିଲାଭଟାରେ ଗିରି ଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଚାଲିଥିବା ଗିରି ଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଗିରି ଗୋବର୍ଦ୍ଧନ ମହୋତ୍ସବ କମିଟିର ସଭାପତି କର୍ଣ୍ଣ ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଳାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ବିଶ୍ୱାଲ, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଭୁରିଶ୍ରବା ବିଶି, ପଙ୍କଜ ବିଶି, ନୀଳମଣି ବିଶି, ଶୋଭା ହଂସ, ତାଲଭଟା ଗୌନ୍ତିଆ ବୃନ୍ଦାବନ ବେହେରା, ରାମଚନ୍ଦ୍ର ହଂସ, କୋଷାଧ୍ୟକ୍ଷ ବୀର ହଂସ, ପରମାନନ୍ଦ ଛତ୍ରିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । କିପରି ସମାଧାନ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଗାଁରେ ଗିରି ଗୋବର୍ଦ୍ଧନ ମହୋତ୍ସବ ହେବା ଦ୍ୱାରା ଲୋକଙ୍କୁ ବାନ୍ଧି ରଖିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅଞ୍ଚଳର ଯୁବ କଣ୍ଠଶିଳ୍ପୀ ରାସବିହାରୀ ଘିଭେଲାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ହୁଲେଶ୍ୱର ହଂସ ସଭା ସଂଯୋଜନା କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଉପଭୋଗ କରିଥିଲେ । ୩ ଦିନ ଧରି ଏହି ମହୋତ୍ସବ ହୋଇଥିବାରୁ ବହୁ ଲୋକଙ୍କ ସମାଗମ ହୋଇଥିଲା । ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.