csstore

କପିଲାଭଟା ଗ୍ରାମରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପାହାଡରୁ ଗିରି ଆଣାଯାଇ ସ୍ଥାପନ କରାଯାଇଥିଲା । ଯାଦବ ମାନଙ୍କ ଗଉଡ ବାଡି ପ୍ରଦର୍ଶନ କରାଯାଇଥିଲା । ଏଥିରେ କର୍ତ୍ତା ଭାବେ ହେମନ୍ତ ହଂସ ତାଙ୍କ ସହଧର୍ମିଣୀ ଦାୟିତ୍ୱ ନେଇଥିବା ବେଲେ ପୂଜକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ଆୟୋଜକ କମିଟିର ସଭାପତି କର୍ଣ୍ଣ ହଂସ, ଉପସଭାପତି ବିଷ୍ଣୁ ଗହିର, ସମ୍ପାଦକ ଯୁବରାଜ ହଂସ, ସହ ସମ୍ପାଦକ ସନ୍ତୋଷ ହଂସ, କୋଷାଧ୍ୟକ୍ଷ ବୀର ହଂସ, ସହ କୋଷାଧ୍ୟକ୍ଷ ମନମଥ ହଂସ, ପାର୍ଥ ହଂସ, ହୁଲେଶ୍ୱର ହଂସ, ଅନନ୍ତରାମ ହଂସ, ସୁରେନ୍ଦ୍ର ହଂସ, ହର ହଂସ, କୁବେର ହଂସ, ପରମାନନ୍ଦ ଛତ୍ରୀଆଙ୍କ ସମେତ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ସୋମବାର ଦିନ ପୂଜା ସଂପନ୍ନ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.