ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଦରମା ମିଳନାହିଁ । ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ସତ୍ତ୍ୱେ ଦରମା ନମିଳିବାରୁ ଏହା ପ୍ରତିବାଦରେ ସେମାନେ ଧାରଣା ଦେଇଛନ୍ତି । ପ୍ରକାଶ ଯେ, ୨୦୨୪ ମେ ମାସ ୧ ତାରିଖରେ ଅର୍ଥନୀତି ଅଧ୍ୟାପକ ଭାବେ ସନ୍ୟାସୀ ସାହୁ, ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ ସନ୍ତୋଷ କୁମାର ବେହେରା, ଇତିହାସ ଅଧ୍ୟାପିକା ବନ୍ଧନା ନାୟକ, ଓଡ଼ିଆ ଅଧ୍ୟାପକ ସମୀର କହଁର, ଖେଳ ଶିକ୍ଷକ ଶୁଭାଶିଷ କହଁର ଓ ଡାଟା ଏଣ୍ଟ୍ରି ଅପରେଟର ଅଭିନାଶ ବଳିଆରସିଂଙ୍କୁ ନିଯୁକ୍ତି ମିଳିଥିଲା । ସେମାନେ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କରି ଆସୁଛନ୍ତି । କିନ୍ତୁ ଆଜକୁ ୬ ମାସ ହେଲାଣି ଦରମା ପାଇନାହାନ୍ତି । ସେମାନେ ଉପ-ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ସତ୍ତ୍ୱେ କୌଣସି ପ୍ରକାର ସୁଫଳ ନମିଳିବାରୁ ବାଧ୍ୟହୋଇ ଧାରଣା ଦେଇଥିବା କହିଛନ୍ତି ।