csstore

ଆମ୍ବ ଟାକୁଆ ଖାଇବା ଘଟଣା : ପ୍ରଶାସନ ପକ୍ଷରୁ ସହାୟତା ରାଶି ପ୍ରଦାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ ମୃତ ଓ ୬ ଗୁରୁତରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି । କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ତହସିଲଦାର ଶରତ ଶବର ମାଣ୍ଡିପଙ୍କାରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ୨୦ ହଜାର ଲେଖାଏ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଗୁରୁତର ରୋଗୀଙ୍କ ପରିବାର ଲୋକଙ୍କୁ ୧୦ ହଜାର ଲେଖାଏ ସହାୟତା କରିଛନ୍ତି । ପ୍ରଶାସନର ଏହି ସହାୟତା ପାଇଁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.