csstore

ପଦ୍ମପୁରରେ ମାଁ ଶ୍ୟାମାକାଳୀଙ୍କ ପୂଜନୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହନୁମାନପଡା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣର କାଳୀ ମଣ୍ଡପରେ ମାଁ ଶ୍ୟାମାକାଳୀଙ୍କ ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ଗତ ୩୧ ଅକ୍ଟୋବର ସନ୍ଧ୍ୟାରେ ମା’ଙ୍କ ଅଧିବାସ ଅବସରରେ ଖଣ୍ଡଧୁଆ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସହ ବିଭିନ୍ନ ଆଞ୍ଚଳିକ ବାଦ୍ୟଦଳଙ୍କ ନୃତ୍ୟ ଓ ବାଦ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ରାତ୍ର ୧୨ଟା ସମୟରେ ମା’ଙ୍କ ଚକ୍ଷୁଦାନ ପ୍ରଦାନ ପରେ ଯଥା ରୀତି ପୂଜାବିଧି ଅନୁଷ୍ଠିତ ହୋଇଥିଲା । ନଭେମ୍ୱର ୧ ତାରିଖରେ ମା’ଙ୍କ ଠାରେ କାକରା ଭୋଗ ଲାଗି ହୋଇଥିଲା । ଏଥିରେ ମାନସିକ କରିଥିବା ଶହ ଶହ ଭକ୍ତ ମାନେ କାକରା ଭୋଗ ଲାଗି କରିଥିଲେ । ସନ୍ଧ୍ୟାରେ ସମ୍ବଲପୁରୀ ଅର୍କେଷ୍ଟ୍ରା ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ । ପୂଜକ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ମୁଖ୍ୟପୂଜକ ଥିବା ବେଳେ ସନ୍ତୋଷ ମିଶ୍ର, ପ୍ରଦୀପ ରଥ, କୀର୍ତ୍ତିଚନ୍ଦ୍ର ମହାପାତ୍ର, ସତ୍ୟପ୍ରକାଶ ପାଣିଗ୍ରାହୀ ଓ ବୈଶାଖୁ ମହାପାତ୍ର ପ୍ରମୁଖଙ୍କ ସହ ପୂଜକ ଭାବରେ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଲଳିତ ମୋହନ ଶତପଥୀ ଓ ତାଙ୍କର ସହଧର୍ମିଣୀ ଶ୍ରୀମତୀ ନଳିନୀ ଶତପଥୀ କର୍ତ୍ତା ଦାୟିତ୍ଵ ତୁଲାଉଥିବା ବେଳେ ପୂଜା କମିଟିର ସଭାପତି ଅଜିତ ଶତପଥୀ, ପ୍ରଫୁଲ୍ଲ ମିଶ୍ର, ଶ୍ୟାମଳ ଦାଶ, ସରୋଜ ମିଶ୍ର, ନରସିଂହ ପଟ୍ଟନାୟକ, ପ୍ରିୟରଞ୍ଜନ ଭୋଇ, ବିଜୟ ବହିଦାର, ଆଦର୍ଶ ନାଥ, ପ୍ରୀତିଶ ନାଥ, ଅଜୁ ପଟ୍ଟନାୟକ, ରାକେଶ ଦାଶ ଓ ଅନ୍ୟ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ସହଯୋଗରେ ମା’ ଶ୍ୟାମାକାଳୀଙ୍କ ପୂଜନୋତ୍ସବ ଅନୁଷ୍ଠିତ ହେଉଛି ।

jayashree
Leave A Reply

Your email address will not be published.