jayashree

ନିର୍ବାଚନ ଅଧିକାରୀ ଅନୁପସ୍ଥିତ : ଅନାସ୍ଥା ଭୋଟିଂ ସ୍ଥଗିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନାମରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଜି ସ୍ଥଗିତ ରହିଛି । ଦୀର୍ଘ ୨୮ ଦିନ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଗୁପ୍ତବାସ ଥିଲେ । ଆଜି ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ପାଇଁ ଆଲୋଚନା ଓ ଭୋଟିଂ ହେବାର ଥିଲା । ବ୍ଲକର ୧୮ଜଣ ସରପଞ୍ଚ, ୧୭ଜଣ ସମିତି ସଭ୍ୟ/ ସଭ୍ୟା ଓ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସହ ୩୬ଜଣ ବ୍ଲକ କାର୍ୟ୍ୟାଳୟ ସଭାଗୃହରେ ପହଞ୍ଚିଥିଲେ । ତେବେ ଘ.୧୨.୩୦ମିରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁପ୍ତ ଭୋଟ ହେବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ପ୍ରାଧିକୃତ ଅଧିକାରୀ ଅତିରିକ୍ତ ଉପ ଜିଲ୍ଲାପାଳ ଜୟଦେବ ଦାଶ ଯୋଗ ଦେଇପାରିନ ଥିଲେ । ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ ନେତୃତ୍ୱରେ ୩୫ ଜଣ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ୨୮ ଦିନ ଧରି ଅଜ୍ଞାତବାସରେ ରହିଥିଲେ । କିନ୍ତୁ ଉପାଧ୍ୟକ୍ଷାଙ୍କ ସପକ୍ଷରେ ୩୭ଜଣ ସଦସ୍ୟଙ୍କ ଆବଶ୍ୟକତା ଥିବାବେଳେ ନର୍ଲା ବିଧାୟିକାଙ୍କ ସମେତ ୩୬ ଜଣ ଥିଲେ । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପ୍ରଶାନ୍ତୀ ପ୍ରଧାନ ତହସିଲଦାରଙ୍କୁ ପଚାରିବାରୁ ଅତିରିକ୍ତ ଜିଲାପାଳଙ୍କ ସ୍ତ୍ରୀଙ୍କ ଦେହ ଅସୁସ୍ଥ ଅଛି, ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତେଣୁ ସେ ଆସିପାରିବେ ନାହିଁ । ଆଜି ସନ୍ଧ୍ୟାରେ ପୁଣି ନୋଟିସ ଜାରି କରାଯିବ ବୋଲି ତହସିଲଦାର କହିଥିଲେ ।

Leave A Reply

Your email address will not be published.