jayashree

ଅଙ୍କୁର ଶିଶୁ ସାହିତ୍ୟ ସଂସଦର କର୍ମକର୍ତ୍ତା ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡା ଦଧିବାମନ ଜୀଉଁଙ୍କ ମନ୍ଦିର ପ୍ରାଙ୍ଗଣରେ ଅଙ୍କୁର ଶିଶୁ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ଆସନ୍ତା ୨ ବର୍ଷ ପାଇଁ ମନୋନୀତ କରାଯାଇଥିଲା । ଏଥିରେ ସଭାପତି ରୂପେ ଶ୍ରୀମତୀ କସ୍ତୁରୀ ରଥ, ସମ୍ପାଦକ ଡାକ୍ତର ଅଶୋକ କୁମାର ସେଠୀ, ଉପ-ସଭାପତି କେଶବ ଚନ୍ଦ୍ର ମିଶ୍ର, ସହ-ସମ୍ପାଦକ ସୁରଥ ସାହୁ ଓ କୋଷାଧ୍ୟକ୍ଷ ରୂପେ ଚୁଡେନ୍ଦ୍ର ବେହେରା ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ କମିଟିର ସଭ୍ୟ ରୂପେ ଶୁଭେନ୍ଦ୍ର ନେପାକ, ମଧୁ ସାହୁ, ସୁନାଧର ବନଛୋର, ଜ୍ୟୋତିରାଣୀ ମିଶ୍ର, ନୀହାରିକା ମିଶ୍ର, ରତ୍ନମୟ ତ୍ରିପାଠୀ, ଦୁର୍ଗା ସହୁ, ମଦନ ରଥ, ତପସ୍ୱିନୀ ପଶାୟତ, କବିତା ମିଶ୍ର, ଅରୁଣ ଖୁଆସ ପ୍ରମୁଖ ମନୋନୀତ ହୋଇଥିଲେ । ଉପଦେଷ୍ଟା ମଣ୍ଡଳୀରେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ନାମଯଜ୍ଞ ମିଶ୍ର, ଡ. ପ୍ରେମଚାନ୍ଦ ମହାନ୍ତି, କପିଳ ପତି, ଧର୍ମବ୍ରତ ରଥ ଓ ଶ୍ରୀମତୀ ମାଳତୀ ଉଦ୍‌ଗାତା ରହିଥିବା ବେଳେ ସୀତାଂଶ ଶେଖର ନାଏକ ଓ ପ୍ରିୟା ପରମିତା ପ୍ରମୁଖ ଉପସ୍ଥିତଥିଲେ । ଶେଷରେ ସୁରଥ ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.