oom

ବଲାଙ୍ଗିର ଦିନ୍‌ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

jsmm

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିର ଦିନ୍‌ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୧ ବଲାଙ୍ଗିର ଦିନ୍‌କୁ ବ୍ୟାପକ କରିବା ପାଇଁ ଏହି ଅନ୍ତିମ କାର୍ଯ୍ୟକ୍ରମକୁ ଏଥର ଉଭୟ ୧ ଓ ୨ ତାରିଖରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଥମ ଦିନ ୧ ନଭେମ୍ବର ସକାଳ ୮ଟାରେ ବଲାଙ୍ଗିର କୋଶଳ କଳା ମଣ୍ଡଳରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ମାଁ ସମଲେଶ୍ୱରୀ ମନ୍ଦିର, ମାଁ ପାଟଣେଶ୍ୱରୀ ମନ୍ଦିର ଓ ମାଁ ଦୁର୍ଗା ମନ୍ଦିର ଦେଇ କଳା ମଣ୍ଟଳକୁ ପହଞ୍ଚିବ । ପରେ ପରେ ବଲାଙ୍ଗିର ବ୍ଲଡ୍‌ ବ୍ୟାଙ୍କ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ସନ୍ଧ୍ୟାରେ ସମସ୍ତଙ୍କ ଘରେ ଝୋଟି ଓ ଦୀପ ପ୍ରଜ୍ୱଳନ ପାଇଁ କମିଟି ଅନୁରୋଧ କରିଛି । ଦ୍ୱିତୀୟ ଦିନ ନଭେନ୍ୱର ୨ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହଲିଙ୍ଗ, ସଂସଦ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ ବିଧାୟକ ନବୀନ ଜୈନ ପ୍ରମୁଖ ଯୋଗ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ତା’ସହ ସାଂସ୍କୃତିକ ସନ୍ଧ୍ୟାରେ ଜଣାଶୁଣା କଳାକାରଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଉଦ୍‌ଯାପନୀ ହେବ ବୋଲି କମିଟି ପ୍ରକାଶ କରିଛି ।

jittmm
Leave A Reply

Your email address will not be published.