ତୁଷୁରା କ୍ଲଷ୍ଟର ତରଫରୁ ନବାଗତ କନିଷ୍ଠ ଶିକ୍ଷକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା ଏନ୍‌ଏ‌ସି କ୍ଲଷ୍ଟରର ପଞ୍ଚମ ମାସିକ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବୈଠକ ଖର୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗିତାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସିଆର୍‌ସିସି ଜଗମୋହନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଠକର ବିଷୟ ବିନ୍ଦୁ ଉପରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ବୁରୋମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ତୁଷୁରା କ୍ଲଷ୍ଟରରେ ଯୋଗ ଦେଇଥିବା ନୂତନ କନିଷ୍ଠ ଶିକ୍ଷକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାର ସୁଶ୍ରୀ ଆକାଂକ୍ଷା ରାଣୀ ଯୋଶୀ, ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ଣିମା ପ୍ରିୟଦର୍ଶିନୀ ପୁଟା ଓ ଲକ୍ଷ୍ମୀପ୍ରିୟା କର୍ମକାର, କପସିଲା ୟୁପି ସ୍କୁଲର ମୌସମ ମେହେର ଓ ସ୍ନେହାଶିଷ ତ୍ରିପାଠୀ, ଧାନଘରା ୟୁପି ସ୍କୁଲର ପ୍ରିୟଙ୍କା ମିଶ୍ର ଓ ସିମୋନି ସାହୁ ଏବଂ ଖର୍ଡା ପ୍ରାଥମିକ ବିଦ୍ୟାଳୟର ତପସ୍ଵିନୀ ରଣା ପ୍ରମୁଖଙ୍କୁ ତୁଷରା କ୍ଲଷ୍ଟର ତରଫରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଗାମୀ ନଭେମ୍ବର ମାସର ମାସିକ ବୈଠକ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ତୁଷୁରା ଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ଉକ୍ତ ବୈଠକରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ, ଦୁତିଆ ସେଠ, ମନ୍ମଥ ରାଜହଂସ, ଚନ୍ଦ୍ରଦ୍ୱଜ ମେହେର ଶିକ୍ଷକ ପିତାମ୍ବର କଏଣ୍ଡା, ପୂରନ ମେହେର, ତହସିଲ ଭୋଇ, ସବ୍ୟସାଚୀ ଡାଙ୍ଗ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାଶ, ଗିରିଜା ଦୀପ ଓ ମିଲି ପୁରୋହିତ ପ୍ରମୁଖ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.