oom

ୟୁଥ୍‌ ରେଡ୍‌କ୍ରସ୍‌ ସାହାଜବାହାଲ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲରେ ରେଡ୍‌ ରିବନ କ୍ଲବ, ୟୁଥ୍‌ ରେଡ୍‌କ୍ରସ୍‌ ତରଫରୁ ବଲାଙ୍ଗିର ଦିନ୍‌ ଉଧେଁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିଚାଳନା କମିଟିର ସଭାପତି ରାମଶରଣ ହୋତା ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କଲେଜର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇ ପ୍ରଥମେ ରକ୍ତଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସର୍ବମୋଟ୍‌ ୪୦ ୟୁନିଟ୍‌ ବ୍ଲଡ୍‌ ସଂଗୃହୀତ ହୋଇଥିଲା କିନ୍ତୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀମାନେ ରକ୍ତଦାନ କରି ଏକ ଅନ୍ୟାନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ସମାଜ ପାଇଁ । ସାହାଜବାହାଲ ନାରୀ ସଂଗଠନର ମୁଖ୍ୟ ଲକି ହୋତା ନିଜେ ରକ୍ତଦାନ କରି ଅନ୍ୟ ନାରୀମାନଙ୍କୁ ରକ୍ତଦେବା ପାଇଁ ପ୍ରବର୍ତ୍ତାଇ ଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ଦିନ୍‌ର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, ସେକ୍ରେଟେରୀ ପ୍ରତାପ ରଥ, ସଦସ୍ୟ ବିଧୁଭୂଷଣ ତ୍ରିପାଠୀ ଯୋଗ ପ୍ରମୁଖ ଦେଇଥିଲେ । ବଙ୍ଗୋମୁଣ୍ଡା କଲେଜର ରଶ୍ମିିରଞ୍ଜନ ସ୍ୱାଇଁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ସଂଜୀବ ପାତ୍ର, ପ୍ରମୋଦ ବରାଡ, ହିମାଂଶୁ ବାରିକ, ବାସୁଦେବ ମଲ୍ଲିକ, କବିରାଜ ଭୋଇ, ମାନିନୀ ଭୋଇ, ଜ୍ୟୋର୍ତିମୟୀ ତ୍ରିପାଠୀ, ନିକିତା ଥପା, ଅରୁଣ ଯୋଷୀ, କିଶୋର ହୋତା, ମଦନ ପଣ୍ଡା, ସନାତନ ମିଶ୍ର, ରଙ୍ଗାଧର ହୋତା, ସଦାନନ୍ଦ ଡାଙ୍ଗ, ଗୋବର୍ଦ୍ଧନ ବଗର୍ତ୍ତୀ ଓ କମିଟିର ସଦସ୍ୟ ଚିତ୍ରସେନ ବଗର୍ତ୍ତୀ, ଟୁନା ପଣ୍ଡା, ଶ୍ରୁତି ପଣ୍ଡା ଏବଂ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ୟୁଥ୍‌ ରେଡ୍‌କ୍ରସ୍‌ କାଉନ୍‌ସିଲର୍‌ ଶାନ୍ତନୁ କୁମାର ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରେଡ୍‌କ୍ରସ୍‌ କର୍ମୀ ରାମନାରାୟଣ ଦାସ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.