csstore

ବଲାଙ୍ଗିର ଦିନ୍‌ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଟାଉନ ବାଳିକା ବିଦ୍ୟାଳୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କସ୍ତୁରୀ ରଥ ଓ କପିଳେଶ୍ୱର ଖମାରୀ ବିଚାରକ ଥିବା ବେଳେ ଗୋପାଳଜୀ ପାଣିଗ୍ରାହୀ, ବିଧୂଭୂଷଣ ତ୍ରିପାଠୀ, ଲୋଟସ ଷଡଙ୍ଗୀ, ଦିନେଶ ଶର୍ମା, ପ୍ରତାପ ରଥ, ବିନୋଦ କାଲସାଏ, ସୋମନାଥ ମିଶ୍ର, ନୂତନ ଦାସ, ସୁରେଶ ଡାଙ୍ଗ, ଆକାଶ ମହାଣ, ହରିଓଁ ପଟେଲ, ମିନତି ରାଉତ, ଅଷ୍ଟମୀ ନାଗ, କଳ୍ପନା ବ୍ୟାସ, ବିଦ୍ୟାରାଣୀ ବିଶି, ସ୍ୱପ୍ନା ନାଗ, ପାୟଲ, ହେଜ, ଏନିମା, ପଦ୍ମୀନୀ ସେଠ ପ୍ରମୁଖ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଗୀତା ଦାଶ ପରିଚାଳନା କରିଥିଲେ । ସନ୍ଧ୍ୟାରେ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପ ସ୍ମାଇଲ ଫର ଅଲ୍‌ ଅନୁଷ୍ଠାନ ତରଫରୁ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଚାରକ ଭାବରେ ବାସୁଦେବ ମେହେର, ଓମ୍‌ପ୍ରକାଶ ସାହୁ, ମନୋଜ ଜୈନ, କସ୍ତୁରୀ ରଥ ଓ ପିଙ୍କି ସାଏ ଯୋଗ ଦେଇଥିଲେ । ସଂଗଠନର ସୌଦାମିନୀ ମିଶ୍ର, ମିଲୁ ଲତା ପଟ୍ଟନାୟକ, ବନଶ୍ରୀ ଆଚାର୍ଯ୍ୟ, ଚକ୍ରପାଣି ଦାଶ, ଲିଲି ଶର୍ମା, ସଂଜୀବ ସାହୁ, ନମନ ବାଦଲ, ଆକାଶ ମାହାନା, ରାଜ ହୋତା, ଶୁଭମ ବାଗ, ରାଜ ପ୍ରମୁଖ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.