ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଦିଗରେ ସଚେତନତା ସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଛତ୍ରପୁର ପଞ୍ଚାୟତ ସମିତି ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ସଚେତନତା ସଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାତ୍ୟା ଓ ବନ୍ୟା ଆସିଲେ ତା’ର ମୁକାବିଲା କରିବା ପାଇଁ ସକ୍ରିୟ ହେବା ଆବଶ୍ୟକ । ମୁକାବିଲାର ସଫଳତା ହାସଲ ଦିଗରେ ବିଭିନ୍ନ ଉପାୟ ଅବଲମ୍ବନ କରିବା ଉଚିତ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବରାଳ ଆଲୋକପାତ କରିଥିଲେ । ଅତିରିକ୍ତ ବିଡ଼ିଓ ଜୟାଶ୍ରୀ ନାୟକ ମଧ୍ୟ ଏହାର ତାତ୍ପର୍ଯ୍ୟ ବୁଝାଇଥିଲେ । ବାତ୍ୟା ଓ ବନ୍ୟା ଆଶଙ୍କା ଥିଲେ ତିନି ଦିନ ପୂର୍ବରୁ ଗ୍ରାମାଞ୍ଚଳ ଲୋକଙ୍କୁ ଚୁଡ଼ା, ଗୁଡ଼, ଦୋଭୁଜା ଆଦି ଶୁଖିଲା ଖାଦ୍ୟଦ୍ରବ୍ୟ ପ୍ରଦାନ କରିବା ଜରୁରୀ ବୋଲି ମଞ୍ଚାସୀନ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମୁନା ଦାସ ମତବ୍ୟକ୍ତ କରିଥିଲେ । ପ୍ରାକୃତିକ ଦୁର୍ବିପାକ ଭଳି ବନ୍ୟା, ବାତ୍ୟା ଆସିଲେ ଆମେ ସମସ୍ତେ ପ୍ରଶାସନ ସହ ସଭିଁଏ ମିଳିତ ଭାବେ ସହଯୋଗ କରି ତାହାର ମୁକାବିଲା ଦିଗରେ ସଚେତନତା ହେବା ଆବଶ୍ୟକ ବୋଲି ବ୍ଲକ ଉପାଧ୍ୟକ୍ଷା ସାଡ଼ି ଶାରଦା ରେଡ୍ଡୀ କହିଥିଲେ । ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଦିଗରେ ପୂର୍ବରୁ ପ୍ରସ୍ତୁତ ରହିବାକୁ ଉଦ୍ୟମ ଜାରି ରଖି ସଫଳତା ଦିଗରେ ପ୍ରଶାସନ ଓ ଜନସାଧାରଣ, ସ୍ୱେଚ୍ଛାସେବୀ ଆଗଭର ହେବା ଆବଶ୍ୟକ ବୋଲି ଅତିରିକ୍ତ ବିଡ଼ିଓ ଜୟାଶ୍ରୀ ନାୟକ ଏହାର ତାତ୍ପର୍ଯ୍ୟ ବୁଝାଇ କହିଥିଲେ । ଜିପିଡିଓ ଶ୍ରୀମତୀ ବିଳାସିନୀ ସେନାପତି ଏହି କାର୍ଯ୍ୟକ୍ରମରେ ସଭା ପରିଚାଳନା କରି ଶେଷରେ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.