csstore

ବଲାଙ୍ଗିର ଦିନ ଉଧେ ତହଁକ କୁଟୁମର କୋସଲି କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସଂସ୍କୃତି ମଣ୍ଡପ ଠାରେ ବଲାଙ୍ଗିର ଦିନ ଉଦେଶ୍ୟରେ ତହଁକ କୁଟୁମ ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ସମାଜସେବୀ ଅଶୋକ କୁମାର ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସାମ୍ବାଦିକ ମୁକେଶ ବହିଦାର, ବଲାଙ୍ଗିର ଦିନ କମିଟିର ବିନୋଦ କାଳସାଏ, ସୋମନାଥ ମିଶ୍ର, ନୂତନ ଦାସ ମଞ୍ଚାସୀନ ରହି ସାହିତ୍ୟ କ୍ଷେତ୍ରରେ ବଲାଙ୍ଗିରର ଅବଦାନ ଅତୁଲନୀୟ ବୋଲି ମତ ପ୍ରଦାନ କରିଥିଲେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂପାଦକ ରାଜେଶ ଦଣ୍ଡସେନା ତହଁକ କୁଟୁମ ବଲାଙ୍ଗିର ଭାଷା, ସଂସ୍କୃତିର ସେବାକରି ଆସୁଛି ଏବଂ ଆଗାମୀ ଦିନର ଆହୁରି କୋସଲି ଭାଷାର ପ୍ରଚାର ପ୍ରସାର ଦିଗରେ ଅନବରତ କାର୍ଯ୍ୟକ୍ରମ କରିବ ବୋଲି କହିଥିଲେ । କବି ଦିଲ୍ଲୀପ କୁମାର ମିଶ୍ର ସ୍ୱାଗତଭାଷଣ ଦେଇଥିବା ବେଳେ ମୁଖ୍ୟସଂପାଦକ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ କବିତା ଆସରରେ ବିଶିଷ୍ଟ ବାଳୁକା ଶିଳ୍ପୀ ଓମ୍‌ ପ୍ରକାଶ ସାହୁ, କବି ଗୋପାଳ ମେହେର, କବି ମଧୁସୂଦନ ଦାସ, ରାଜିବ ଭୋଇ ଅତିଥି ଭାବେ ମଞ୍ଚାସୀନ ଥିଲେ । କବିତା ଆସରକୁ ସୁଦେସ୍ନା ମିଶ୍ର ଆଉ ଧର୍ମେନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ । ମିଳନ ପଣ୍ଡା, ରୋସନ ସାହୁ, କବିତା ମିଶ୍ର, ପୁଷ୍ପାଞ୍ଜଳି ମେହେର, ସାଲିନି ସା, ଜ୍ୟୋତିରାଣୀ ମିଶ୍ର, ରବିନ୍ଦ୍ର ସାହୁ ସହଯୋଗ କରିଥିଲେ ଶେଷରେ ସରସ୍ୱତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.