csstore

ଶିକ୍ଷା ସମସ୍ୟାର ସମାଧାନ ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ବନ୍ଦ ହୋଇଥିବା ସ୍କୁଲ ତୁରନ୍ତ ଖୋଲିବା, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସମେତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ପଦବୀ ପୁରଣ କରିବା, ଫି ବୃଦ୍ଧି ବନ୍ଦ, ପ୍ରତ୍ୟେକ୍ଷ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ କରିବା, ଛାତ୍ରୀ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଛାତ୍ରଛାତ୍ରୀଙ୍କୁ ଫ୍ରି ବସ୍‌ ପାସ୍‌ ଯୋଗାଇ ଦେବା, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ ଆଦି ୧୪ ଦଫା ଦାବିରେ ଏଆଇଡିଏସ୍‌ଓ ପକ୍ଷରୁ ରାଜ୍ୟ ବ୍ୟାପି ପ୍ରତିବାଦ ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା କମିଟି ଉଦ୍ୟୋଗରେ କଳାମଣ୍ଡଳ ପଡିଆରୁ ଏକ ର‍୍ୟାଲିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ମଧୁସୂଦନ ବାଗ, ସଂପାଦିକା ଗୌରୀ ରାଉତ, ରାଜ୍ୟ ଉପସଭାପତି ସୁନିଲ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏଡିଏମ୍‌ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଘୁନା ଉନ୍ନିତ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଓ ଭତ୍ରାପାଲି ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ଏକ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଦିଆଯାଇଥିଲା । ଏଥିରେ ସଭାପତି ଦୁର୍ଯ୍ୟେଧନ ରଣା, ସୁକାନ୍ତି ଭୋଇ ସହ ଉଭୟ ଗ୍ରାମର ଶତାଧିକ ପୁରୁଷ ମହିଳା ସାମିଲ ଥିଲେ ।

jayashree
Leave A Reply

Your email address will not be published.