oom

ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ଏବଂ ବଙ୍ଗୋମୁଣ୍ଡା ଧନୁଯାତ୍ରା କମିଟିର ସମନ୍ୱୟ ବୈଠକ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଚଳିତ ବର୍ଷ ଆସନ୍ତା ନଭେମ୍ବର ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ପୌରାଣିକ କଥାବସ୍ତୁ ଆଧାରିତ ନାଟ୍ୟାଭିନୟ ପରିବେଷଣ ସହ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ,ସାଂସ୍କୃତିକ ମଞ୍ଚ, ମିନା ବଜାର, ବ୍ୟବସାୟିକ ଷ୍ଟଲ୍‌ ଏବଂ ଆକର୍ଷଣୀୟ ସାଜସଜ୍ଜା ଆଦି ନେଇ ବ୍ୟାପକ ପ୍ରସ୍ତୁତି ଚାଲୁଛି । ଧନୁଯାତ୍ରା ମହୋତ୍ସବକୁ ସୁଚାରୁ ରୂପେ ପାଳନ କରାଯିବା ପାଇଁ ପ୍ରଶାସନ ଏବଂ ଧନୁଯାତ୍ରା କମିଟିର ସମନ୍ୱୟ ବୈଠକ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଡ଼ିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଧନୁଯାତ୍ରା ମହୋତ୍ସବକୁ ଆକର୍ଷଣୀୟ, ଶୃଙ୍ଖଳିତ ଏବଂ ସୁଚାରୁ ରୁପେ ପାଳନ ନେଇ ଆଲୋଚନା ହୋଇଥିଲା । କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ ସହ ଅଞ୍ଚଳର କଳାକାରଙ୍କୁ ମଧ୍ୟ ସୁଯୋଗ ଦେବା ନେଇ ଆଲୋଚନା ହୋଇଥିଲା । ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ନେଇ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ତହସିଲଦାର ଜ୍ୟୋସ୍ନା ମାଝୀ, ଥାନା ଅଧିକାରୀ ସଂଜୀବ ପଧାନ, ସହକାରୀ ଯନ୍ତ୍ରୀ ଦେବ ପଧାନ, ଜିପିଇଓ ପୁରୁଷୋତ୍ତମ ମାଝୀ, ସିଡିପିଓ ମାଧୁରୀ ହୋତା, ବନାଞ୍ଚଳ ଅଧିକାରୀ ପଦ୍ମନାଭ କୁମ୍ଭାର, ସାମାଜିକ ଶିକ୍ଷା ସଂଗଠକ ସଞ୍ଜିତ ସୁନା, ଓଡ଼ିଶା ଜୀବିକା ମିଶନର ବିପିଏମ୍‌ ବିଜୟ ବେହେରା, ସୁଶୀଲ ପୋଢ଼, ଏବିଇଓ, ବିଆର୍‌ଟି ସଦାଶିବ ରଣା, ଯୁକ୍ତ ୨ ମହାବିଦ୍ୟାଳୟର ଅଧ୍ୟକ୍ଷ ଗରୁଡଧ୍ଵଜ ବେହେରା, ଯୁକ୍ତ ୩ ମହାବିଦ୍ୟାଳୟର ଅଧ୍ୟାପକ ନଟବର ବେହେରା, ପ୍ରଭାତୀ ରଥ ମହାବିଦ୍ୟାଳୟର ଅଧ୍ୟକ୍ଷା ଏବଂ ଧନୁଯାତ୍ରା କମିଟିର ସଭାପତି ତୁଳସିରାମ ହଂସ, ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ, ପୂର୍ବତନ ସରପଞ୍ଚ ସୁଶାନ୍ତ ଯୋଶୀ, ମୁକେଶ ଜୈନ, ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହୀରା, ଗୋପପୁର କମିଟି ସଭାପତି ବିନୋଦ ମେହେର, ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ସାମ୍ବାଦିକ ଦୀପକ ଦାସ ଯାଦବ, ରୂପେଶ ଜୈନ, ବୈକୁଣ୍ଠ ସା, ନେତ୍ରାନନ୍ଦ ସାହୁ, ବିଘ୍ନ ରାଉତ, ମଣ୍ଟୁ ସା, ଆଇନ ପରାମର୍ଶଦାତା ଅଙ୍କିତା ଅଗ୍ରୱାଲ, ଅଶୋକ ହଂସ, ଭିକାରୀ ସାହୁ, ଗୋପୀ ସା ପ୍ରମୁଖଙ୍କ ପ୍ରଶାସନିକ ଅଧିକାରୀ, କମିଟି ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.