oom

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଆଶ୍ରମରେ ଅଖଣ୍ଡ ନାମଯଂଜ୍ଞ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ, ବାରବାଟୀ ସ୍ଥିତ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଆଶ୍ରମରେ ତିନିଦିନ ବ୍ୟାପି ଅଖଣ୍ଡ ନାମଯଂଜ୍ଞ ଶନିବାର ଅନୁଷ୍ଠିତ ହୋଇ ସୋମବାର କୁମ୍ଭ ବିସର୍ଜନ ହୋଇଯାଇଛି । ଜଳାଧିବାସ, ଅଖଣ୍ଡ ନାମ ସଂକୀର୍ତ୍ତନ, ପୂଜାର୍ଚ୍ଚନା ସହ ପ୍ରତ୍ୟେହ ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ ନଦିଆସଂକୀର୍ତ୍ତନ ଧ୍ଵନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଶ୍ରଦ୍ଧାଳୁ ମାନଙ୍କ ସହିତ ଆଜି ନଗର ପରିକ୍ରମା କରି ଶେଷରେ କୁମ୍ଭ ବିସର୍ଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଆଶ୍ରମ କମିଟି ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

jittmm
Leave A Reply

Your email address will not be published.