oom

ତ୍ରିବେଣୀ କଳା ସଙ୍ଗମର ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସୁପରିଚିତ ନାଟ୍ୟ ଅନୁଷ୍ଠାନ ତ୍ରିବେଣୀ କଳା ସଙ୍ଗମର ୨୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ସ୍ଥାନୀୟ ଭଞ୍ଜ ଭବନ ଅଡିଟୋରିୟମ ଠାରେ ଗତ କାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆର୍‌ଜିଏଚ୍‌ର ମେଡିକାଲ ଅଫିସର ଡ. ସମୀର ପାତ୍ର, ସଚେତନ ନାଗରିକ ମଞ୍ଚର ସଭାପତି ବିମଲ ବିଶି, କ୍ୟାରିୟର ପଏଣ୍ଟର ନିର୍ଦ୍ଦେଶକ ସଲିଲ କୁମାର ପରିଡା, ରୋଟାରୀ କ୍ଲବ ଅଫ ରାଉରକେଲାର ସଭାନେତ୍ରୀ ଶ୍ରୀମତୀ କଳ୍ପନା ଶତପଥି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ । ତ୍ରିବେଣୀ କଳାକେନ୍ଦ୍ରର ନିର୍ଦ୍ଦେଶିକା ସୁନିତା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରବୀର କୁମାର ଜେନା ସଂଯୋଜନା କରିଥିଲେ । ଅନୁଷ୍ଠାନର ଛାତ୍ରୀ ମାନେ ଚିତାକର୍ଶକ କ୍ଲାସିକାଲ, ସମ୍ବଲପୁରୀ ଓ ଆଧୁନିକ ନୂତ୍ୟ ପରିବେଷଣ କରିଥିଲେ । ଅନୁଷ୍ଠାନ ସହ ଜଡିତ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ
ଗୁରୁଚରଣ ମହାନ୍ତି, ଅଗ୍ନିଶିଖା ରାୟ, ଏଲିନା ମହାନ୍ତି, ପୁର୍ଣିମା ମହାନ୍ତି, ବନ୍ଦନା ମିହାପାତ୍ର, ରଶ୍ମିତା କରଣ, ଅଞ୍ଜଳି ଜେନା, କିରନବାଳା, ଦିପେନ ଦେହୁରୀ, ମନୀନ୍ଦ୍ର କୁମାର ଦାସ, ସୁଶ୍ରୀ ସଂଗୀତା ସାହୁ, ଶ୍ରାବଣୀ ଦେହୁରୀ ଆଧୁନିକ ନୃତ୍ୟ ଗୁରୁ ରୋବର୍ଟ ହାଇଫିଲ ଶ୍ରେଷ୍ଠ ନୃତ୍ୟ (ଈରଗ୍ଦଗ୍ଧ ଇମଷସରଙ୍ଖରଜ୍ଞରଦ୍ଭଗ୍ଧ ଇଙ୍ଗବକ୍ସୟ) ଭାବେ ସୁଶ୍ରୀ ଝକ୍ସଙ୍କହଚ୍ଚବଦ୍ଭଗ୍ଦସ ମିଶ୍ର ଏବଂ ମାନସ ରଞ୍ଜନ ସାହୁଙ୍କୁ ସାନମାନିତ ହୋଇଥିଲେ । ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ ।

jittmm
Leave A Reply

Your email address will not be published.