ବିଜୁଳି ଶକ୍ତି ଉତ୍ପାଦନ ଓ ଚାଷ ପାଇଁ ଡ୍ୟାମ୍‌ର ଆବଶ୍ୟକତା ନେଇ ବୌଦ୍ଧ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ

କନ୍ଧମାଳ, (କେପିଏନ୍‌ଏସ୍‌) : ବିଜୁଳି ଶକ୍ତି ଉତ୍ପାଦନ ଓ ଚାଷ ପାଇଁ ଏକ ଡ଼୍ୟାମର ଆବଶ୍ୟକତା ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ଖମଣଖୋଲ ପଞ୍ଚାୟତର ସାଡ଼େନଘାଟି ନିକଟସ୍ଥ ଚିରସ୍ରୋତା ଖଡ଼ଙ୍ଗ ନଦୀକୁ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା କ୍ଷେତ୍ର ପରିଦର୍ଶନ କରିଥିଲେ । ପୂର୍ବରୁ ପୂର୍ବ ଓଡ଼ିଶା ସରକାର ଗଭୀର ଜଳ ସଂରକ୍ଷଣ ପାଇଁ ୧୨୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଥିଲେ । କିନ୍ତୁ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ବିଧାନସଭାରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଆନିକଟ ନୁହଁ ବିଦ୍ୟୁତ ଉତ୍ପାଦନ ଓ ଚାଷ ପାଇଁ ପାଣିର ଆବଶ୍ୟକତାକୁ ନେଇ ଏକ ଡ୍ୟାମ ପାଇଁ ଦାବି କରିଥିଲେ । ଯାହାକୁ ଓଡିଶା ସରକାର ଗ୍ରହଣ କରି କେନ୍ଦ୍ର ଜଳ ଓ ସଂପଦ ବିଭାଗକୁ ଅନୁମତି ପାଇଁ ସୁପାରିଶ କରିଥିଲେ । ଯାହାକି କେନ୍ଦ୍ର ଜଳ ଓ ସଂପଦ ବିଭାଗ ଉକ୍ତ ପ୍ରକଳ୍ପ ପାଇଁ ଉପଯୁକ୍ତ ସ୍ଥାନ ସମ୍ଭାବତ୍ୟା ନିରୂପଣ ପାଇଁ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନ କରିଥିଲେ । ପୂର୍ବରୁ ନିର୍ଦ୍ଧାରିତ ସ୍ଥାନକୁ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ସହକର୍ମୀ ସ୍ଥାନଟିକୁ ନିରୀକ୍ଷଣ କରି ପ୍ରକଳ୍ପ ପାଇଁ ଉପଯୁକ୍ତ ନଥିବା ଦର୍ଶାଇବାରୁ ଜିଲ୍ଲାପାଳ ଅନୁଧ୍ୟାନ କରି ଉପରକୁ ସାଡେଙ୍ଗଘାଟି ନିକଟରେ ନଦୀର ଉଭୟ ପଟରେ ପାହାଡ଼ ଥିବାରୁ ପ୍ରକଳ୍ପ ପାଇଁ ଉପଯୁକ୍ତ କ୍ଷେତ୍ର ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଉକ୍ତ ପ୍ରକଳ୍ପ ପାଇଁ କ୍ଷେତ୍ର ପରିଦର୍ଶନ କରି ଆସିଥିବା ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ସହ ଏଡିଏମ୍, କଣ୍ଟାମାଳ ତହସିଲଦାର ସୁଶ୍ରୀ ଶ୍ଵେତପଦ୍ମା ଯୋଶୀ, ସହକାରୀ ଯନ୍ତ୍ରୀ ଜୟ ମହନ୍ତଙ୍କ ସହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.