csstore

ଗାଥାକବି ଗୋଦାବରୀଶ ମିଶ୍ରଙ୍କର ଜୟନ୍ତୀ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ଗାଥାକବି ତଥା ବକୁଳ ବନର କବି ଗୋଦାବରୀଶ ମିଶ୍ରଙ୍କର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ସୁମନ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାଥାକବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଓଡିଆ ଜାତି, ଭାଷାର ସ୍ୱାଭିମାନ ଥିଲେ ଗୋଦାବରୀଶ ମିଶ୍ର । ସେ ଜଣେ ଆଦର୍ଶ ଗୁରୁ, ଶିକ୍ଷାବିତ୍, ଜନସେବୀ, ପ୍ରବୀଣ ରାଜନୀତିଜ୍ଞ, ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଆ ଭାଷା ସାହିତ୍ୟର ମହାନ ସାଧକ । ତାଙ୍କ କାବ୍ୟ, କବିତା, ମାନବିକତା, ଜାତୀୟତା ଭାବକୁ ସ୍ପର୍ଶ କରିଛି । ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଅନୁଷ୍ଠାନ ଯଥା ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ, ହମିରପୁର ଉନ୍ନୟନ ପରିଷଦ ଓ ସେକ୍ଟର ୧୫ ସ୍ଥିତ ଗଜଲକ୍ଷ୍ମୀ ମାର୍କେଟ କମିଟିର କର୍ମକର୍ତ୍ତାମାନେ ଯୋଗଦେଇ ଗୋଦାବରୀଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ପ୍ରଫୁଲ୍ଲ ସାମଲ, ପଞ୍ଚାନନ ପାତ୍ର, କୁଞ୍ଜବିହାରୀ ରାଉତ, ମହେନ୍ଦ୍ର ମିଶ୍ର, ହେମନ୍ତ କୁମାର ବିଶ୍ଵାଳ, ସୁଶାନ୍ତ କୁମାର ନାୟକ, ଗୌତମ ଦାସ, ବ୍ରହ୍ମାନନ୍ଦ ନାୟକ, ରିଙ୍କୁ ସୁବୁଦ୍ଧି, ପ୍ରଦୀପ ପଟ୍ଟନାୟକ, ବିପିନ ମହାରଣା, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ସୁଶାନ୍ତ ପ୍ରଧାନ, ଦେବେନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଆବାହକ ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ଗୋଦାବରୀଶଙ୍କ ଜୀବନାଦର୍ଶ ଓ ରଚନାବଳୀ ଉପରେ ଆଲୋଚନା କରିଥିଲେ । ଶେଷରେ ଶିକ୍ଷକ ଚନ୍ଦ୍ରଶେଖର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.