ସୋସିଆଲ ମିଡିଆରେ ଗଣମାଧ୍ୟମକୁ ଅଶାଳିନ ମନ୍ତବ୍ୟ : ଥାନାର ଦ୍ୱାରସ୍ଥ ସାମ୍ୱାଦିକ

ନୂଆପଡା, (ଅଜିତ ବେହେରା) : ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମାଜିକ ଗଣମାଧ୍ୟମରେ ଅଶାଳିନ ମନ୍ତବ୍ୟ ନେଇ ସିନାପାଲି ସାମ୍ୱାଦିକ ସଂଘ ତରଫରୁ ସିନାପାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକାଶ ଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରେ ‘ଆମର ସିନାପାଲି’ ନାମକ ଏକ ସାମାଜିକ (ୱାଟ୍‌ସପ୍‌ ଗ୍ରୁପ) ରହିଛି । ଏହି ଗ୍ରୁପରେ ସିନାପାଲି ଅଞ୍ଚଳର ବିଭିନ୍ନ ସମସ୍ୟା ତଥା ସୂଚନା ଆଦାନପ୍ରଦାନ କରିବାର ମାଧ୍ୟମ ସାଜିଛି । ଏହି ଗ୍ରୁପରେ ସିନାପାଲି ସହରର ଅରୁଣ ମେହେର ନାମକ ବ୍ୟକ୍ତି ଗତ ୨୩ ତାରିଖ ଦିନ ସାମ୍ୱାଦିକ ମାନଙ୍କୁ ଆକ୍ଷେପ କରି ଅଶାଳିନ ମନ୍ତବ୍ୟ ପୋଷ୍ଟ କରିଥିଲେ । ଏଥିରେ ସାମ୍ୱାଦିକ ମାନଙ୍କୁ କେତେ ଟଙ୍କା ଦେଲେ ଖବର ପ୍ରଚାର ପ୍ରସାର କରିବ ବୋଲି ଉଲ୍ଲେଖ କରିବା ସହ ସିନାପାଲି ସହରର ପାନ ଦୋକାନ, ଚା ଦୋକାନ ଓ ଛକରେ ସାମ୍ୱାଦିକ ମାନେ ଲାଞ୍ଚୁଆ ଓ ବେଆଇନ ଭାବରେ ଟଙ୍କା ଆଦାୟ କରୁଥିବା ଲୋକଙ୍କ ସହ ବୁଲୁଥିବା ଉକ୍ତ ଖବରଟି ପ୍ରଘଟ ହେବା ପରେ ସିନାପାଲି ସାମ୍ୱାଦିକ ସଂଘ ସିନାପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ବ୍ୟକ୍ତି ଜଣକ ବିଭିନ୍ନ ସମୟରେ ୱାଟ୍‌ସପ୍‌ ଗ୍ରୁପ ମାଧ୍ୟମରେ ଆରୋପ ପ୍ରତ୍ୟାରୋପ ଓ ଅଶାଲିନ ମନ୍ତବ୍ୟ ପୋଷ୍ଟ କରି ଅଞ୍ଚଳରେ ବିଶୃଙ୍ଖଲା ବାତାବରଣ ସୃଷ୍ଟି କରୁଛି । ଏଭଳି ଅନ୍ୟାୟ ଓ ଅବିଚାର ମନ୍ତବ୍ୟ ରଖୁଥିବା ବ୍ୟକ୍ତି ଅରୁଣ ମେହେର ନାମରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶୁକ୍ରବାର ସିନାପାଲି ସାମ୍ୱାଦିକ ସଂଘ ତରଫରୁ ସିନାପାଲି ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ସୂଚନା ଯୋଗ୍ୟ ଯେ, ଚତୁର୍ଥ ସ୍ତମ୍ଭରେ କାର୍ଯ୍ୟରତ ସାମ୍ୱାଦିକ ମାନେ ଦିନରାତି ପରିଶ୍ରମ କରି ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ଖବର ପରିବେଷଣ କରୁଛନ୍ତି । ସମାଜର ଅନେକ କାର୍ଯ୍ୟରେ ସରକାରଙ୍କ ଦୁଷ୍ଟି ଆକର୍ଷଣ କରୁଛନ୍ତି । ହେଲେ ଏଭଳି ଆପତ୍ତି ଜନକ ଭିର୍ତ୍ତିହୀନ ମନ୍ତବ୍ୟ ଦେବା କେତେଦୂର ଯୁକ୍ତିଯୁକ୍ତ ତାହା ବୁଦ୍ଧିଜୀବୀ ମହଲରେ ଆଲୋଚନା ସୃଷ୍ଟି କରିଛି । ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କୁ ଭେଟି ଆଲୋଚନା କରିବା ସହିତ ଏହାର ବିଧିବଧ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିନାପାଲି ସାମ୍ୱାଦିକ ସଂଘ ତରଫରୁ ଅଜିତ ଯୋଶୀ, ଶୁଭ୍ରାଂଶୁ କୁମାର ନାଏକ, ବିକାଶ ଖର୍ସେଲ, ଶନ୍ତୋସ ବାଗ, ବିହାରି ଲାଲ ଜଗତ, ରାହୁଲ ରଣା, ଜଗନ୍ନାଥ ସାଗର, ହେରାମ୍ୱ ମେହେର, ମନଫୁଲ ମେହେର, ରମେଶ ମେହେର, ଗୟାରାମ ମେହେର, ପତ୍ରବନ୍ଧୁ ବାଗ, ଧର୍ମେନ୍ଦ୍ର ଗହିର, ରମେଶ ଜଗତଙ୍କ ସମେତ ଅନେକ ସାମ୍ୱାଦିକ ସାମିଲ ଥିଲେ । ଏଭଳି ମନ୍ତବ୍ୟ ଘଟଣାକୁ ନେଇ ଓଡିଶାର ଅନେକ ଗଣମାଧ୍ୟମ ସଂଘ ତିବ୍ର ନିନ୍ଦା କରୁଛି । ଏହି ସମ୍ପର୍କରେ ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କୁ ପଚାରିବାକରୁ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.