ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଶାନ୍ତିକୁଣ୍ଡ (ବ୍ରହ୍ମପୁର) ଏବଂ ପ୍ରଭୁ ଉପହାର ରି-ଟ୍ରିଟ୍ କେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ମଞ୍ଜୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଯେ’ହେତୁ ସେ ଗଞ୍ଜାମ, ଗଜପତି, ଶ୍ରୀକାକୁଲମ ଓ ନୟାଗଡ଼ ଜିଲ୍ଲାର ମୁଖ୍ୟ କେନ୍ଦ୍ର ଭାବେ କାର୍ଯ୍ୟକରୁଥିବା ପ୍ରଭୁ ଉପହାର ରି-ଟ୍ରିଟ୍ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଭାବେ ପରିଚାଳନା କରି ଆସି ଶୃଙ୍ଖଳିତ ଭାବେ ସମୃଦ୍ଧଶୀଳ କରିଆସିଛନ୍ତି ଏବଂ ଏହି ମୁଖ୍ୟ ଅନୁଷ୍ଠାନକୁ ପରିଚାଳନା କରି ଆସିଥିବା ନେଇ ତାଙ୍କର ଦକ୍ଷତାରେ ଖୁବ୍ ପ୍ରଶଂସନୀୟ ଅଟେ । ଗୁରୁବାର ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ପକ୍ଷରୁ ନବମୀ ଦିବସ ଅବସରରେ ଭକ୍ତ ଓ ସେବାୟତ ବ୍ରହ୍ମାକୁମାରୀ କୁଳ ଧର୍ମୀ ଭାଇ ଓ ଭଉଣୀଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସ୍ୱରୂପ ତାଙ୍କରି ସ୍ମୃତିଚାରଣ କରାଯାଇଛି । ମୁଖ୍ୟଅତିଥି ଭାବେ ଭାରତୀୟ ତଟରକ୍ଷା ବାହିନୀର ସହକାରୀ ଦୂର୍ଗପତି ଧନଞ୍ଜୟ ମିଶ୍ରା, ସମ୍ମାନିତ ଅତିଥି ଭାବେ ତଟରକ୍ଷା ବାହିନୀ ବିଭାଗର ପ୍ରଧାନ ଅଧିକାରୀ ବିଭାସ୍ ସରକାରଙ୍କ ସମେତ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କରି ସ୍ମୃତିଚାରଣ କରିଥିଲେ । ସମସ୍ତ ବ୍ରହ୍ମାକୁମାରୀ ସଦସ୍ୟ, ସଦସ୍ୟା, ସଂସ୍ଥାନର ପିଙ୍କି ଭଉଣୀ, ରଜନୀ କାନ୍ତ ଭାଇ, ବଲା କ୍ରିଷ୍ଣା ଭାଇ ପ୍ରମୁଖ ନେତ୍ତୃବର୍ଗ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସମୂହ ସକ୍ରିୟ ସହଯୋଗ କରିଥିଲେ । ସ୍ୱର୍ଗତ ଆତ୍ମାଙ୍କ ସ୍ଵର୍ଗଗାମୀ ହୋଇ ପରମ୍‌ଧାମ ପରମାତ୍ମାଙ୍କ ନିକଟରେ କୁଶଳରେ ରହିବା ନିମନ୍ତେ ଅନୁଷ୍ଠାନ ତରଫରୁ କାମନା କରାଯାଇଛି । ଏପରିକି ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ବ୍ରହ୍ମାକୁମାରୀ ଶାଖା ଅନୁଷ୍ଠାନମାନଙ୍କରେ ବିଧିବଦ୍ଧ କାର୍ଯ୍ୟକ୍ରମମାନ ଜାରୀ ରଖାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.