oom

ବଡ଼ସାଇମରାରେ ବିବାହିତା ଗର୍ଭବତୀ ପ୍ରେମିକାଙ୍କ ଅଶ୍ଳୀଳ ଫଟୋ ସ୍ଵାମୀଙ୍କୁ ପଠାଇ ବ୍ଲାକମେଲିଂ

jsmm
  • ଯୁବକ କୋର୍ଟ ଚାଲାଣ
  • ପତ୍ନୀଙ୍କୁ ରଖିବାକୁ ମନାକଲା ସ୍ୱାମୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହ ପୂର୍ବରୁ ସମ୍ପର୍କ ଥିବା ନିଜ ପ୍ରେମିକା ତଥା ଏବେ ଗର୍ଭବତୀ ଥିବା ବିବାହିତା ଯୁବତୀଙ୍କ ସ୍ଵାମୀଙ୍କ ନିକଟକୁ ନିଜ ପ୍ରେମିକାଙ୍କ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ ଜେଲ ଯିବା ଚର୍ଚ୍ଚାର ବିଷୟ ହୋଇଛି । ବଡସାଇମରା ଗ୍ରାମର ହରି ମହାନନ୍ଦଙ୍କ ପୁଅ ବିଦ୍ୟାଧର ମହାନନ୍ଦ(୨୪)ଙ୍କ ଦୀର୍ଘଦିନରୁ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଏହି ସମୟରେ ଉଭୟ ପ୍ରେମିକ ପ୍ରେମିକା ବହୁ ଖୁସିର ମୁହୂର୍ତ୍ତ ବିତାଇବା ସହ ଉଭୟ ଏକତ୍ର ଫଟୋ ମଧ୍ୟ ଉଠାଇଥିଲେ । ଗତ ବର୍ଷ ଯୁବତୀଙ୍କ ବିବାହ ପାଖ ସର୍ଗୁଲ ଗ୍ରାମରେ ଅନ୍ୟ ଜଣେ ଯୁବକଙ୍କ ସହ ହେବା ସହ ଯୁବତୀଜଣଙ୍କ ଏବେ ୪ମାସର ଗର୍ଭବତୀ ଅଛନ୍ତି । ବିବାହ ପରେ ମଧ୍ୟ ସମ୍ପୃକ୍ତ ଯୁବତୀଙ୍କ ସହ ଅଭିଯୁକ୍ତ ବିଦ୍ୟାଧର ସମ୍ପର୍କ ରଖିବାକୁ ବାଧ୍ୟ କରିଆସୁଥିଲା । ଯୁବତୀ ଏହାକୁ ସମ୍ପୂର୍ଣ୍ଣ ମନା କରିଆସୁଥିବା ବେଳେ ଶେଷରେ ଅଭିଯୁକ୍ତ ବିଦ୍ୟାଧର ଯୁବତୀଙ୍କ ସ୍ଵାମୀଙ୍କ ନିକଟକୁ ଉଭୟଙ୍କ ବହୁ ଅଶ୍ଳୀଳ ଫଟୋ ପଠାଇଦେଇ ବ୍ଲାକ ମେଲିଂ କରିଥିଲା । ଯୁବତୀଙ୍କ ସ୍ଵାମୀ ଏହା ଦେଖିବା ପରେ ଉଭୟ ସ୍ଵାମୀସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ଯୁବତୀଙ୍କୁ ରଖିବାକୁ ତାଙ୍କ ସ୍ଵାମୀ ସମ୍ପୂର୍ଣ୍ଣ ମନା କରିଦେଇଥିଲେ । ଏ ସମ୍ପର୍କରେ ପୀଡ଼ିତା ଗର୍ଭବତୀ ଯୁବତୀ ଥାନାରେ ଲିଖିତ ଏତଲା ଦେଇଥିଲେ । ପୁଲିସ ଏନେଇ ଥାନା କେସ ନଂ ୩୩୨/୨୪ରୁଜ୍ଜୁ କରି ଅଭିଯୁକ୍ତ ବିଦ୍ୟାଧରଙ୍କୁ ଗିରଫ କରି ଆଣି ଅଧିକ ତଦନ୍ତ କରିଥିଲା । ବିବାହିତା ଯୁବତୀଙ୍କୁ ତାଙ୍କ ସ୍ଵାମୀ ଆଉ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ମନା କରିଦେବାରୁ ସେ ନିଜ ମା’ଙ୍କ ଘରେ ଆଶ୍ରୟ ନେଇଛନ୍ତି । ଶେଷରେ ଯୁବତୀଙ୍କ ଏତଲା ଆଧାରରେ ଦଫା ୮୫/୨୯୬/୨୫(୨)୩(୫) ବିଏନ୍‌ଏସ୍‌ ୬୬(ଇ) ଆଇଟି ଆକ୍ଟ ମାମଲାରେ ଅଭିଯୁକ୍ତ ବିଦ୍ୟାଧରଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

jittmm
Leave A Reply

Your email address will not be published.