ବଲାଙ୍ଗିର ଦିନ୍‌ ଆୟୋଜନ କମିଟିର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ୍‌ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ପି.ପି.ଏକାଡେମୀ ସଭାଗୃହରେ ବଲାଙ୍ଗିର ଦିନ୍‌ ପାଳନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧ ବଲାଙ୍ଗିର ଦିନ୍‌ ପାଳନକୁ ବ୍ୟାପକ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି । ୨୪ ତାରିଖରେ ଉଦ୍‌ଘୋଷକ / ଉଦ୍‌ଘୋଷିକା ଚୟନ, ୨୫ ତାରିଖରେ ଆର୍ଟ ଏଣ୍ଡ କ୍ରାଫ୍ଟ, ମେହେନ୍ଦି ଓ ଗୀତା ପ୍ରତିଯୋଗିତା ଅନୁଷ୍ଠିତ ହେବ, ୨୬ ତାରିଖରେ ଫେନ୍ସି ଡ୍ରେସ, ର‍୍ୟାମ୍ପ ସୋ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ, ୨୭ରେ ଆମ ପିଢାମଡା, ନୃତ୍ୟ ପ୍ରତିଯୋଗିତା, କ୍ରିକେଟ୍‌ ମ୍ୟାଚ୍‌ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ୨୮ ତାରିଖରେ ରଙ୍ଗୋଲି ଓ ବଲାଙ୍ଗିର ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨୯ ତାରିଖରେ ଶଙ୍ଖ ଫୁଙ୍କା, ହୁଳାହୁଳି, କବିତା ଆସର, ଆଲୋଚନା ଚକ୍ର ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ୩୦ ତାରିଖରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ନଭେମ୍ବର ୧ ସକାଳ ଘ.୮ଟାରେ ସାଂସ୍କୃତିକ ଶୋଭାଯାତ୍ରା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ବଲାଙ୍ଗିର କୋଶଳ କଳାମଣ୍ଡଳରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସମଲେଇ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଓ ଦୁର୍ଗା ମନ୍ଦିର ଦେଇ କୋଶଳ କଳା ମଣ୍ଡଳକୁ ସାଂସ୍କୃତିକ ଶୋଭାଯାତ୍ରା ପହଂଚିବ । ସନ୍ଧ୍ୟାରେ ସମସ୍ତଙ୍କ ଘରେ ଝୋଟି ଓ ଦୀପ ପ୍ରଜ୍ଜଳନ ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି ଏବଂ ନଭେମ୍ବର ୨ରେ ସାଂସ୍କୃତିକ ସନ୍ଧ୍ୟା ଜଣାଶୁଣା କଳାକାରଙ୍କ ସହିତ ବହୁ ମାନ୍ୟଗଣ୍ୟବ୍ୟକ୍ତିଙ୍କ ଉପସ୍ଥିତିରେ ଉଦ୍‌ଯାପନୀ ସନ୍ଧ୍ୟାରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡ. ଶ୍ରୀକର ମିଶ୍ର, ସଂଯୋଜକ ଲୋଟସ ଷଡଙ୍ଗୀ, ବିଧୂଭୂଷଣ ତ୍ରିପାଠୀ, ଦିନେଶ ଶର୍ମା, ସଂଗୀତା ଦାଶ ଓ ସଂପାଦକ ବିନୋଦ କାଲସାଏ ଉପସ୍ଥିତ ରହି ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.