csstore

ବଙ୍ଗୋମୁଣ୍ଡରେ ୩୮ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖମ୍ବ ସ୍ଥାପନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସାର୍ବଜନୀନ ଖେଳପଡ଼ିଆ ଠାରେ ଚଳିତ ବର୍ଷ ୩୮ତମ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ ଶୁଭଖମ୍ବ ସୋମବାର ଦିନ ସ୍ଥାପନ କରାଯାଇଥିଲା । ଗ୍ରାମ ଦେବା ଦେବୀଙ୍କ ଠାରେ ଆଜ୍ଞାମାଳ ଅଣାଯିବା ପରେ ପୂଜାର୍ଚ୍ଚନା କରାଯାଇ ଶୁଭଖମ୍ବ ସ୍ଥାପନ କରାଯାଇଥିଲା । ପୂଜାରେ କର୍ତ୍ତା ଭାବେ ରଶ୍ମିରଞ୍ଜନ ପୁଟେଲ ଏବଂ ହରିହର ତ୍ରିପାଠୀ ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ । ଅତିଥି ଭାବେ ବିଡ଼ିଓ ବାସନ୍ତୀ ସେଠୀ, ଥାନା ଅଧିକାରୀ ସଂଜୀବ ପଧାନ, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ ଯୋଗ ଦେଇଥିଲେ । ୩୮ତମ ଧନୁଯାତ୍ରା ଆୟୋଜନ କମିଟିର ସଭାପତି ତୁଲସିରାମ ହଂସ, କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ, ଉପସଭାପତି ଜମିଦାର ଶରତ ଚନ୍ଦ୍ର ସିଂ ଭୋଇ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, କୋଷାଧ୍ୟକ୍ଷ ମୁକେଶ ଜୈନ, ପୂର୍ବତନ ସରପଞ୍ଚ ସୁଶାନ୍ତ ଯୋଶୀ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଲାଲଚନ ପୁଟେଲ, ସାମ୍ବାଦିକ ଦୀପକ କୁମାର ଦାସ ଯାଦବ, ଅଶୋକ ନାରାୟଣ ଭୋଇ, ସାମ୍ବାଦିକ ହୁଲେଶ୍ୱର ହଂସ, ବୈକୁଣ୍ଠ ସା, ଭକ୍ତବନ୍ଧୁ ସାହୁ, ତିରୁପତି ବାରିକ, ଦୀନବନ୍ଧୁ ପାଣିଗ୍ରାହୀ, ବିନୋଦ ମେହେର, ଶରତ ପାଣିଗ୍ରାହୀ, ପ୍ରମୋଦ ସାହୁ, ଗୋପୀନାଥ ସା, ଭିକାରୀ ସାହୁ, ପ୍ରେମରାଜ ଚୌଧୁରୀ, ମୟ ପୁଟେଲ ପ୍ରମୁଖଙ୍କ ସହ କମିଟି ସଦସ୍ୟ ଉପସ୍ଥିତ ଥିଲେ । ୩୮ତମ ଧନୁଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବର ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ପାଳିତ ହେବ ବୋଲି ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥର ୫ ଦିନ ଧରି ମହୋତ୍ସବ ଚାଲିବାକୁ ଥିବା ବେଳେ ଦର୍ଶକ ମାନେ ଦେଖିବା ପାଇଁ ଅପେକ୍ଷା କରି ରହିଥାନ୍ତି ।

jayashree
Leave A Reply

Your email address will not be published.