‘ଦାନା’ ହେଲା ଓଡ଼ିଶା ମୁହାଁ : ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ

  • ଆଇ.ଏମ୍.ଡି. ପ୍ରଭାବିତ ଅଞ୍ଚଳରେ ୨୩ ତାରିଖରୁ ୨୫ ତାରିଖ ଯାଏଁ ସ୍କୁଲ ବନ୍ଦ ରହିବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ‘ଦାନା’ ବାନ୍ଧୁଛି, ଭୀଷଣ ରୂପ ନେବା ସହ ଓଡ଼ିଶା ମୁହାଁ ହୋଇ ପୁରୀ ତଥା ବଙ୍ଗୋପ ସାଗର ଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ ବୋଲି ଆଇ.ଏମ୍.ଡି. ଆକଳନ କରିଛି । ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷାରେ ବୁଡିବ ବୋଲି ଜଣାଯାଇଛି ।
ଗୋପାଳପୁର ସମୁଦ୍ର ଅଶାନ୍ତ ରହିବ ବୋଲି ସୂଚନା ମିଳିଛି । ଗୋପାଳପୁର ସମୁଦ୍ର ଉପକୂଳ ବର୍ତ୍ତୀ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମାଛ ମାରିବାକୁ ନଯିବାକୁ କୁହାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସରକାରୀ କର୍ମଚାରୀ, ସରକାରୀ ଅଧିକାରୀ ଛୁଟିରେ ରହିପରିବେନି । ହେଡ଼ କ୍ୱାଟର୍ ଛାଡ଼ି ଯାଇପରିବେନି ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଜାରୀ କରିଛନ୍ତି । ଗଞ୍ଜାମ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବିହିତ ବନ୍ଦୋବସ୍ତ ଓ ସତର୍କତ୍ତା ଅବଲମ୍ବନ କରିବା ପାଇଁ ବିଭାଗ ସକ୍ରିୟ ଅଛି । ବାତ୍ୟା ‘ଦାନା’ ପାଇଁ ସ୍କୁଲ ଛୁଟି ଘୋଷଣା କଲେ ରିଲିଫ କମିଶନର । ୧୪ ଜିଲ୍ଲାରେ ୩ ଦିନ ପାଇଁ ସ୍କୁଲ ବନ୍ଦ ରହିବ । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲ୍ଲାରେ ସ୍କୁଲ୍ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଜାରୀ ହୋଇଛି । ଆବଶ୍ୟକ ମୁତାବକ ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳମାନେ ଛୁଟି ଘୋଷଣା କରିପାରିବେ । ସାମ୍ଭାବ୍ୟ ବାତ୍ୟାର ‘ଦାନା’ ରୂପ ଧାରଣ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ କରାଯାଉଛି । ୨୩ ତାରିଖରୁ ୩ ଦିନିଆ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିଲା । ବାତ୍ୟା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ଏନ୍‌. ଆର୍‌. ଟି. ଏସ୍‌. ଓ ପ୍ରାଥମିକ ସ୍କଲାରସିପ୍ ପରୀକ୍ଷାକୁ ସ୍ଥଗିତ କରିଛି । ନଭେମ୍ବର ୫ରୁ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ୍‌ ଖାତା ଦେଖା ଆରମ୍ଭ ହେବ ବୋଲି ଜଣାଯାଇଛି ।

Leave A Reply

Your email address will not be published.