ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆର୍ନ୍ତଜାତୀୟ ବାଳିକା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆର୍ନ୍ତଜାତୀୟ ବାଳିକା ଦିବସ ସୋମବାର ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣୀ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଲ ସିଡିପିଓ ବାସନ୍ତି ପୃତ୍ତୀ ଯୋଗଦେଇ ଆଜିର ବାଳିକା ମାନେ ଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ଏବିଓ ରାଧେଶ୍ୟାମ ମେହେର, ଯମୁନା କନ୍ଧୁଣୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ତା, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଭବାନୀ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ପାଇକମାଲ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୦୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ବକ୍ତୃତା, ସଂଙ୍ଗୀତ ଓ ନୃତ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀମାନେ ଆସନ୍ତା ୨୩ରେ ବରଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଶେଷରେ ପାଇକମାଲ ସିଆର୍‌ସିସି ରଞ୍ଜନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.