ପୋଖରୀକୁ ଗାଧୋଇବାକୁ ଯାଇ ୨ ମୃତ : ଜଣେ ଗୁରୁତର

ଢେଙ୍କାନାଳ : ରାସୋଳ ଥାନା ଅନ୍ତର୍ଗତ ଖରଡାଳୀ ଗାଁରେ ପୋଖରୀରେ ବୁଡି ମହିଳା ଓ ଶିଶୁର ମୃତ୍ୟୁ ଘଟିଛି । ଏଥିସହ ଜଣେ ଶିଶୁ କନ୍ୟା ଗୁରୁତର । ମୃତ ମହିଳା ଜଣକ ହେଲେ ଅଞ୍ଜଳି ସେଠୀ ଓ ନାବାଳିକା ଜଣକ ହେଲେ କୃଷ୍ଣପ୍ରିୟା ବିଶ୍ୱାଳ (୧୦)ବୋଲି ଜଣାପଡିଛି । ସୂଚନା ଅନୁସାରେ, ରାସୋଳ ଥାନା ଅନ୍ତର୍ଗତ ଖରଡାଳୀ ଗାଁର ଅଞ୍ଜଳି ସେଠୀଙ୍କ ନାତୁଣୀ ଲିଙ୍କି ସେଠୀ ଓ କୃଷ୍ଣପ୍ରିୟା ବିଶ୍ୱାଳ ପୋଖରୀକୁ ଗାଧୋଇବାକୁ ଯାଇ ବୁଡି ଯାଉଥିଲେ । ଏହା ଦେଖି ଅଞ୍ଜଳି ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ପୋଖରୀରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ପୋଖରୀରେ ସେମାନଙ୍କୁ ଖୋଜଖୋଜି କରିଥିଲେ । ଅଞ୍ଜଳି ଓ କୃଷ୍ଣପ୍ରିୟାଙ୍କ ମୃତଦେହ ଉଦ୍ଧାର କରିଥିଲେ । ଲିଙ୍କିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.