ନଭେମ୍ବର ୨୯ରୁ ଆରମ୍ଭ ହେବ ଚତୁର୍ଥ ଭୈରବୀ ମହୋତ୍ସବ : ଶୁଭଖୁଣ୍ଟି ସ୍ଥାପନ କଲେ ବିଧାୟକ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା, ଭକ୍ତି ଏବଂ ଭାବନାର ଅପୂର୍ବ ସମାହାର ହେଉଛି ବୌଦ୍ଧ ଜିଲ୍ଲାର ଭୈରବୀ ମହୋତ୍ସବ । ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ମା’ ଭୈରବୀଙ୍କ ନାମରେ ନାମିତ ଭୈରବୀ ମହୋତ୍ସବ । ଚଳିତ ବର୍ଷ ନଭେମ୍ବର ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଭୈରବୀ ମହୋତ୍ସବ । ମହୋତ୍ସବ ପାଇଁ ବୌଦ୍ଧ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଶୁଭଖୁଣ୍ଟି ସ୍ଥାପନ କରିଛନ୍ତି । ଚଳିତ ବର୍ଷ ମହୋତ୍ସବ ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ହେବାକୁ ଲକ୍ଷ୍ୟ ରଖାଯାଇଛି । ମହୋତ୍ସବରେ ପ୍ରତିଦିନ ଜିଲ୍ଲା ଓ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନେ ସାଂସ୍କସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ପଲ୍ଲିଶ୍ରୀ ମେଳା ଓ ବାଣିଜ୍ୟ ମେଳାର ମଜା ନେବା ସହ ବିଭିନ୍ନ ସାମଗ୍ରୀ କିଣି ପାରିବେ ଦର୍ଶକ । ଅନ୍ୟପଟେ ଭୈରବୀ ମହୋତ୍ସବ ବିଗତ ୩ ବର୍ଷ ମଧ୍ୟରେ ବ୍ଲକସ୍ତରୀୟ ମହୋତ୍ସବରୁ ଜିଲ୍ଲାସ୍ତରୀୟ ମହୋତ୍ସବରେ ପରିଣତ ହୋଇଛି । ତେଣୁ ଆଗାମୀ ଦିନରେ ଏହି ମହୋତ୍ସବ ରାଜ୍ୟସ୍ତରୀୟ ମହୋତ୍ସବରେ ପରିଣତ ହେବ ବୋଲି ବୌଦ୍ଧ ବିଧାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୈରବୀ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ସମେତ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.