oom

ପୁଆ ସମବାୟ ସମିତିରେ ମହା ଘୋଟାଲା : ଜାଲ୍‌ ଦସ୍ତଖତ ଓ ମୃତ ଲୋକଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଋଣ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ପୁଆ ସମବାୟ ସମିତିରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଜାଲ୍‌ ଦସ୍ତଖତ ଜରିଆରେ ଶହ ଶହ ଚାଷୀଙ୍କ ଅଜାଣତରେ ତାଙ୍କ ନାମରେ ଋଣ ଉଠାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଟକର୍ଲା ଗ୍ରାମର ଗରିବ ସାହୁ ନାମକ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଋଣ ଉଠାଯାଇ ଥିବା ଜଣାପଡ଼ିଛି । ଉକ୍ତ ଅଞ୍ଚଳର ହେମନ୍ତ ମାଝୀ ଏବଂ ପ୍ରଶାନ୍ତ ବେଜଙ୍କ ଅଭିଯୋଗ ଅନୁଯାୟୀ ୫ ଶହରୁ ଅଧିକ ବ୍ୟକ୍ତିଙ୍କ ନାଁରେ ଜାଲ୍‌ ଦସ୍ତଖତରେ ଋଣ ଉଠାଯାଇଛି । ଏପରିକି କେତେକ ମୃତବ୍ୟକ୍ତିଙ୍କ ନାମରେ ମଧ୍ୟ ଏଥିରେ ଥିବା ଓ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କ ନାମରେ ଏଭଳି ଠକେଇ ହୋଇଥିବା ପ୍ରକାଶ କରିଛନ୍ତି । ଏନେଇ ଋଣଗ୍ରସ୍ତ ଚାଷୀମାନେ ସୋନପୁର ଜିଲ୍ଲାପାଳ ଏବଂ ଡିଆର୍‌ଏସ୍‌ଏସ୍‌ଙ୍କୁ ମଧ୍ୟ ଜଣାଇଥିଲେ । ଖବର ପାଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଓ ସୋନପୁର ବିଜେପି ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ପୁଆ ଗ୍ରାମକୁ ପହଞ୍ଚି ଚାଷୀଙ୍କୁ ଭେଟିଥିଲେ । ଚାଷୀଙ୍କ ଠାରୁ ସମସ୍ତ ଅଭିଯୋଗ ଗ୍ରହଣ କରି ଏଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ଏବଂ ସରକାରଙ୍କ ଦୃଷ୍ଟିକୁ ଆଣି ଦୋଷୀଙ୍କୁ ଉଚିତ୍‌ ଦଣ୍ଡ ମିଳିବା ସହ ଚାଷୀମାନେ ନ୍ୟାୟ ପାଇବାର ହକ୍‌ଦାର ହେବେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ କହିଥିଲେ ।

jittmm
Leave A Reply

Your email address will not be published.