ଜଙ୍ଗଲି ହାତୀଙ୍କ ଆକ୍ରମଣରେ ଭାଙ୍ଗିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମ ପଞ୍ଚାୟତ ‌ଅନ୍ତର୍ଗତ କ୍ରଫୋଡଗଞ୍ଜ ଗ୍ରାମର ଉର୍ଦ୍ଧବ ବରିହା ଓ ତାଙ୍କ ପିତା ସଦାନନ୍ଦ ବରିହା ନିଜ ଘରେ ବିଲମ୍ବିତ ରାତିରେ ଶୋଇଥିବା ସମୟରେ ଗୋଠଛଡା ବଣୁଆ ଦନ୍ତାହାତୀ ଘରବାଡ଼ିକୁ ପଶି ଘର ଭାଙ୍ଗିଥିବା ଓ ସାଇକେଲ ମଧ୍ୟ ଭାଙ୍ଗି ଥିବା ଦେଖିବାକୁ ମିଳିଛି । ହଠାତ୍ ଘର ଭାଙ୍ଗି ଯିବାରୁ ସେ ଖଟରୁ ଉଠି‌ପ୍ରାଣ ବିକଳରେ ପଡୋଶୀ ଘରକୁ ଚାଲିଯାଇଥିଲେ । ଅଳ୍ପକେ ହାତୀ ଆକ୍ରମଣରୁ ବଞ୍ଚିତ ଥିବା ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଝାରବନ୍ଧ ଫରେଷ୍ଟର ଗିରିରାଜ କୁମ୍ଭାର ଘଟଣା ସ୍ଥଳକୁ ପହଞ୍ଚି ଘର ଭାଙ୍ଗିଥିବା ଓ ଫସଲ ନଷ୍ଟ ହୋଇଥିବା ବୁଲି ଦେଖିଥିଲେ । ଅନୁକମ୍ପା ଏଫ୍ସ ବିଷୟରେ ବୁଝାଇଥିଲେ ଏବଂ ନୂଆ ଘର ମଲିବା ଓ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ପାଇଁ ସରକାରୀ ସହାୟତା ମିଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଝାରବନ୍ଧ ବ୍ଲକରେ ବାରମ୍ବାର ହାତୀଙ୍କ ଉପଦ୍ରବ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଗତ ୨ ମାସ ପୂର୍ବରୁ ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ ଜଣ ମୃତ୍ୟୁବରଣର କରିଥିଲେ । ଝାରବନ୍ଧ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଛି । ବନବିଭାଗ କର୍ମଚାରୀମାନେ ମଧ୍ୟ ଗାଁ କୁ ଗାଁ ବୁଲି ସର୍ତକ କରୁଛନ୍ତି । ବାରମ୍ବାର ଏ ଅଞ୍ଚଳରେ ବଣୁଆ ହାତୀ ଫସଲ ନଷ୍ଟ କରୁଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.