ଘରୁ ସୁନା ଅଳଙ୍କାର ଚୋରି : ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଜାରି

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଧରପଗଡ ନୂଆବସ୍ତିର ସତ୍ୟନାରାୟଣ ବଗର୍ତ୍ତିଙ୍କ ଘରୁ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ନାରାୟଣଙ୍କ ପରିବାର ଲୋକେ ଡୁଙ୍ଗୁରିପାଲିରେ ଥିବା ସମ୍ପର୍କୀୟ ଘରକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ରାତିରେ ଘର ଭିତରକୁ ପଶି ୩ ଭରି ସୁନା ଗହଣା ଚୋରି କରି ନେଇଯାଇଥିଲେ । ସକାଳେ ପରିବାର ଲୋକେ ଘରକୁ ଫେରିଥିଲେ । ଘରର କବାଟ ଭାଙ୍ଗିଯାଇଥିବା ଦେଖି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ବଡ଼ମାଳ ଫାଣ୍ଡିରେ ନାରାୟଣ ଲିଖିତ ଅଭିଯୋଗ କରିବା ପରେ ସଇଁତଲା ଥାନାଧିକାରୀ ସୁଶାନ୍ତ ବଢ଼େଇ, ବଡ଼ମାଳ ଫାଣ୍ଡି ଅଧିକାରୀ, ବଲାଙ୍ଗିରରୁ ସନ୍ଧନୀ କୁକୁର ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.