ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରି ଜନକଲ୍ୟାଣ ସେବା ଟ୍ରଷ୍ଟର ୧୯ତମ ପ୍ରତିଷ୍ଠାତା ଦିବସ ପାଇଁ ନିମନ୍ତ୍ରଣ କଲେ ମାଁଙ୍କୁ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ୧୯ତମ ପ୍ରତିଷ୍ଠାତା ଦିବସ ଓ ନୂଆଁଖାଇ ଭେଟଘାଟ୍‌ କାର୍ଯ୍ୟକ୍ରମ ପାଇଁ ଆଜି ବରଗଡ଼ ସ୍ଥିତ ତଲିପଡା ସମଲେଶ୍ଵରୀ ମନ୍ଦିର ଠାରେ ଅନୁଷ୍ଠାନ ତରଫରୁ ପୂଜାର୍ଚ୍ଚନା କରି ମାଁଙ୍କୁ ନିମନ୍ତ୍ରଣ ପତ୍ର ଦେଇ ଆଗମନ କରାଯାଇଛି । ଏହି ଅବସରରେ ଅନୁଷ୍ଠାନର ମୁଖ୍ୟ ମୁକୁନ୍ଦ ଦାଶ, ଉପଦେଷ୍ଟା ଶିବାନନ୍ଦ ମଟାରୀ, ଚନ୍ଦ୍ରକାନ୍ତ ସାହୁ, ଆଜୀବନ ସଦସ୍ୟ ବୃନ୍ଦାବନ ବେହେରା ମାଁଙ୍କ ଠାରେ ଦୀପ ଗୁଆ, ପୁଷ୍ପ, ଧୁପକାଠି ଦେଇ ମାଁଙ୍କ ବରଣ କରିଥିଲେ । ପ୍ରକାଶ ଥାଉକି ଜନକଲ୍ୟାଣ ସେବା ଟ୍ରଷ୍ଟ ପ୍ରତିଷ୍ଠା ଦିବସ ଚଲିତ ମାସ ନଭେମ୍ବର ୫ ତାରିଖ ଦିନ ସମୟ ୧୦ଟାରେ ବରଗଡ଼ ସ୍ଥିତ ଟାଉନ୍‌ ହଲ୍ ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରଗଡ଼ବାସୀ ତଥା ବୁଦ୍ଧିଜୀବୀ ଓ ଶୁଭେଚ୍ଛା ଓ ବନ୍ଧୁବାନ୍ଧବଙ୍କ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.