ସଟର ତାଡି ଚୋରି

ରାୟଗଡା, (କେପିଏନ୍‌ଏସ୍‌) : ସଟର ତାଡି ଚୋରି । ଏଭଳି ଘଟଣା ଘଟିଛି ରାୟଗଡା ସହର ଅଶୋକ ଟକିଜ୍ କମ୍ପ୍ଲେକ୍ସ ଶିରିଡି ସାଇ ହାର୍ଡୱେର ଦୋକାନରେ । ମାଲିକଙ୍କ କହିବା ଅନୁଯାୟୀ ଦଶହରା ପାଇଁ ଦୋକାନ ତିନି ଦିନ ହେବ ବନ୍ଦ ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଦୋକାନ ପଛ ପାଖ ସଟର ତାଡି ଦୋକାନ ଟଙ୍କା ବାକ୍ସରୁ ପ୍ରାୟ ୩୦ ହଜାର ଟଙ୍କା ସହ କମ୍ପ୍ୟୁଟର ହାର୍ଡ ଡିସ୍କ ମଧ୍ୟ ଚୋରି କରି ନେଇଛନ୍ତି । ମାଲିକ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.