ଗାଁ ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବୈପାରୀଗୁଡା : ବୃଦ୍ଧଙ୍କ ମର ଶରୀର ଗାଁ ପୋଖରୀରୁ ଉଦ୍ଧାର । ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ଠାରେ ଏଭଳି ଘଟଣା ଘଟିଛି । ମୃତକ ବାଲିଗାଁର ଧାନ ନାୟକ(୬୦) ବୋଲି ଜଣାପଡିଛି । ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଧନ ନାୟକ ପୋଖରୀକୁ ଗାଧୋଇବା ପାଇଁ ବାହାରିଥିଲେ । ଗାଧୋଇବାକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ । ତାଙ୍କ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ କିନ୍ତୁ ଧାନ ନାୟକଙ୍କ କୌଣସି ପତ୍ତା ମିଳିନଥିଲା । ତେବେ ବୁଧବାର ସକାଳେ ଗାଁ ପୋଖରୀ ହୁଡ଼ାରେ ତାଙ୍କ ଚପଲ, ଧୋତି ଗାମୁଛା ଦେଖି ପରିବାର ଲୋକେ ସନ୍ଦେହ କରିଥିଲେ । ଏହା ଦେଖି ସଙ୍ଗେସଙ୍ଗେ ସ୍ଥାନୀୟ ସରପଞ୍ଚ ଗବର୍ଦ୍ଧନ କାଣ୍ଡିକିଙ୍କୁ ଖବର ଦେଇଥିଲେ । ଖବର ପାଇ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଜଣାଇଥିଲେ । ବୈପାରୀଗୁଡା ଅଗ୍ନିଶମ ବାହିନୀ ବାଲିଗାଁରେ ପହଞ୍ଚି ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମର ଶରୀର ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଥିଲା ।

Leave A Reply

Your email address will not be published.