ଅଗ୍ନିପଥ ଯୋଜନା ଅଧୀନରେ ଚୟନିତ ପ୍ରାର୍ଥୀଙ୍କ ପାଇଁ ଆସନ୍ତା ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ତାଳବଣିଆରେ ଆୟୋଜିତ ହେବ ନିଯୁକ୍ତି ଶିବିର

ଭୁବନେଶ୍ୱର, (ପିଆଇବି) : ଅଗ୍ନିପଥ ଯୋଜନାରେ ଚୟନ (ସର୍ଟଲିଷ୍ଟ) ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଚଳିତ ମାସ ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ତାଳବଣିଆ ସ୍ଥିତ ଜିଲ୍ଲା ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ଇନଡୋର ଷ୍ଟାଡିୟମ ଠାରେ ନିଯୁକ୍ତି ଶିବିର (ରାଲି) ଅନୁଷ୍ଠିତ ହେବ । ଏଥିରେ କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀ ଏବଂ ନିୟମିତ ସୈନିକ (କେବଳ ଜେସିଓ ବର୍ଗର ସିପାହୀ ଫାର୍ମା, ସୈନିକ ଟେକ୍, ନର୍ସିଂ ସହାୟକ ଓ ଧାର୍ମିକ ଶିକ୍ଷକ) ଏବଂ ପଶ୍ଚିମବଙ୍ଗ, ଓଡ଼ିଶା ଓ ସିକ୍କିମର ମହିଳା ମିଲିଟାରୀ ପୁଲିସ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ । ଅନଲାଇନରେ ସାଧାରଣ ପ୍ରବେଶିକ ପରୀକ୍ଷା (ସିଇଇ)ରେ ଉତ୍ତୀର୍ଣ୍ଣ ହୋଇ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ଏବଂ ମେଡ଼ିକାଲ ପରୀକ୍ଷା ପାଇଁ ଡକାଯାଇଛି । ପଞ୍ଜୀକୃତ ଇମେଲ୍ ଆଇଡିରେ ପ୍ରାର୍ଥୀମାନଙ୍କୁ ଆଡମିଟ୍ କାର୍ଡ ପଠାଇ ଦିଆଯାଇଛି । ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍ www.joinindianarmy.nic.in ୱେବସାଇଟ୍‌ରେ ଥିବା ସେମାନଙ୍କ ପ୍ରୋଫାଇଲରେ ଲଗ୍‌ଇନ୍‌ କରି ନିଯୁକ୍ତି ଶିବିର ପାଇଁ ଆଡମିଟ୍ କାର୍ଡ ଡାଉନ ଲୋଡ୍ କରିପାରିବେ । ଏନେଇ କୌଣସି ସନ୍ଦେହ ଥିଲେ, ପ୍ରାର୍ଥୀମାନେ ୦୬୭୧-୨୩୦୫୨୮୦ ଏବଂ ୯୪୩୭୧୬୨୨୮୦ ନମ୍ବରରେ କଟକ ଏଆର୍‌ଓଙ୍କ ସହିତ ଯୋଗାଯୋଗ କରିପାରିବେ । ନିଯୁକ୍ତି ପ୍ରକ୍ରିୟା ସମୟରେ କୌଣସି ବ୍ୟକ୍ତିଙ୍କୁ ନିଜର ଅସଲି ପ୍ରମାଣପତ୍ର ନଦେବା ଏବଂ ଠକ/ଏଜେଣ୍ଟଙ୍କ ପ୍ରଲୋଭନର ବଶବର୍ତ୍ତୀ ନହେବା ଲାଗି ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି । ଏପରି କୌଣସି ଘଟଣା କ୍ଷେତ୍ରରେ ପ୍ରାଥୀମାନେ ତୁରନ୍ତ ସ୍ଥାନୀୟ ପୁଲିସ ଏବଂ କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟରେ ତୁରନ୍ତ ଅଭିଯୋଗ କରାଯାଇପାରିବ । ଏଭଳି ଠକ/ଏଜେଣ୍ଟଙ୍କୁ ଗିରଫ କରିବା ଲାଗି ଏବଂ ନିଯୁକ୍ତି ଶିବିର ସମୟରେ ଠକାମି ନିମନ୍ତେ ସ୍ଥାନୀୟ ପୁଲିସ ଓ ନାଗରିକ ପ୍ରଶାସନ ଜରିଆରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.