ତାଳଚକେଲ ଗାଁରେ ପ୍ରସିଦ୍ଧ ମାଁ ଆଦ୍ୟାଶକ୍ତିଙ୍କ ବାର୍ଷିକ ଯାତ୍ରା ଉପଲକ୍ଷେ ବିଶ୍ୱରୂପ ଦର୍ଶନ ଓ ହରଗୌରୀଙ୍କ ଛତର ଯାତ୍ରାରେ ଜନସମୁଦ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତର ମାଓ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା ଥିବା ତାଳଚକେଲ ଗାଁରେ ପ୍ରସିଦ୍ଧ ମାଁ ହରଗୌରୀ ଆଦ୍ୟାଶକ୍ତିଙ୍କ ବାର୍ଷିକ ଯାତ୍ରା ଉପଲକ୍ଷେ ବିଶ୍ୱରୂପ ଦର୍ଶନ ଓ ହରଗୌରୀଙ୍କ ଛତର ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଅଞ୍ଚଳର ବିଭିନ୍ନ ଘୁମୁରା, ଢୋଳବାଦ୍ୟର ତାଳେ ତାଳେ ଦୁଲୁକି ଉଠିଥିଲା ଏହି ଅଞ୍ଚଳ । ଏହି ମନ୍ଦିରର ପୂଜକ ମଙ୍ଗଳ ସିଂ ମାଝୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମାଁଙ୍କ ଠାରେ ଲୋକଙ୍କ ରହିଥିବା ଆସ୍ଥା ଓ ବିଶ୍ୱାସ ରଖି ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । ଦୂର ଦୂରାନ୍ତରୁୁ ତିନିଦିନ ବ୍ୟାପୀ ଏହି ଯାତ୍ରାରେ ଶ୍ରଦ୍ଧାଳୁ ମାନେ ସାମିଲ ହୋଇଥିଲେ । ଆଦିବାସୀ ପରମ୍ପରାର ରୀତିନୀତି ଅନୁସାରେ ଲିଙ୍ଗ ପୂଜାର୍ଚ୍ଚନାରୁ ଆରମ୍ଭ ହୋଇଥିଲା ମାଁଙ୍କ ବାର୍ଷିକ ଯାତ୍ରା । ଲିଙ୍ଗ ପୂଜା ହେବା ସହ ମାଁଙ୍କ ଠାରେ ବେଲପତ୍ର, ମନ୍ଦାର ଫୁଲ ଆଦି ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମାଁଙ୍କ ଠାରେ ଭୋଗ ଲାଗି ଅର୍ପଣ କରାଯାଇଥିଲା । ଆଜି ମନ୍ଦିର ସମ୍ମୁଖରେ ମାଁଙ୍କ ବିଶ୍ୱରୂପ ଦର୍ଶନ ଓ ତାଳଚକେଲ ଗାଁରୁ ମନ୍ଦିର ପର୍ଯ୍ୟନ୍ତ ହରଗୌରୀଙ୍କ ଛତର ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଏହି ଯାତ୍ରାରେ ଶ୍ରଦ୍ଧାଳୁ ମାନେ ଆସି ମାଁଙ୍କୁ ଦର୍ଶନ କରି ଖୁସିରେ ଥିବା ଜଣାପଡିଛି । ଏହି ଯାତ୍ରାକୁ ଶ୍ରଦ୍ଧାଳୁ ମାନେ ଚାତକ ପକ୍ଷୀ ପରି ଅନାଇ ଥାନ୍ତି । ଏହି କାର୍ଯ୍ୟକ୍ରମ ରେମିନିକେତନ ବାଗ, କୁବେର ମାଝୀ, ଯୋଗଧ୍ୟାନ ପ୍ରଧାନ, ନାରାୟଣ ବାରିକ, ନିତ୍ୟା ଷାଣ୍ଢ, ଗନ୍ଧର୍ବ ବାଗ, ବ୍ରଜକିଶୋର ମାଝୀ, ଜୟଧର ମନହୀରାଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ଆଦିବାସୀ ନେତା ସୁରେଶ ଭୋଇ, ପରିବେଶବିତ ଡ. ନାରାୟଣ ମିଶ୍ର, ସାମ୍ବାଦିକ ହୁଲେଶ୍ୱର ହଂସ, ଶ୍ରଦ୍ଧାକର ପୁଟେଲ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ସାମିଲ ହୋଇଥିଲେ । ଏହି ଯାତ୍ରା ହେବା ଫଳରେ ଅଞ୍ଚଳର ତାଳଚକେଲ ଗାଁ ଗୋଟିଏ ପ୍ରକାର ଜନସମୁଦ୍ର ପାଲଟିଥିବା ଦେଖିବାକୁ ମିଳିଛି । ଏଥିରେ ଅଞ୍ଚଳର ଜନ ପ୍ରତିନିଧି ମାନେ ସାମିଲ ହୋଇ ମାଁଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ପ୍ରତ୍ୟେହ ରାତ୍ରିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଦର୍ଶକ ମାନେ ଉପଭୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ମୁତୟନ ହୋଇଥିଲା

Leave A Reply

Your email address will not be published.