ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍ : ୫ ଆହତ

ବାଲେଶ୍ଵର : ଭାରସାମ୍ୟ ହରାଇ ନାଳ ଭିତରକୁ ଖସିଲା କାର୍ । ଅଳ୍ପକେ ବର୍ତ୍ତିଲେ ୨ ପରିବାର । ବାଙ୍ଗିରିପୋଷି ଥାନା ଅଧୀନ ଧୋଡାଙ୍ଗୀରି ନିକଟରେ ଏଭଳି ଦୁର୍ଘଟଣା ଘଟିଛ । ଫଳରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ୨ ପରିବାର ପୂଜା ଛୁଟିରେ ଅଯୋଧ୍ୟା ପୀଠ ବୁଲିବାକୁ ଯାଇଥିଲେ । ସେଠାରୁ ଘରକୁ ଫେରୁଥିବା ବେଳେ ବାଙ୍ଗିରିପୋଷି ଥାନା ଅଧୀନ ଧୋଡାଙ୍ଗୀରି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡିଥିଲା । ଫଳରେ କାର୍‌ରେ ଥିବା ୫ ଜଣ ଆହତ ହୋଇଥିଲେ । ଆହତ ୫ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.