ଚନ୍ଦ୍ରଭାଗାରେ ଭାସିଗଲେ ୩ ସାଙ୍ଗ

କୋଣାର୍କ : ଚନ୍ଦ୍ରଭାଗା ସମୁଦ୍ରରେ ଭାସିଗଲେ ୩ ସାଙ୍ଗ । ୨ ଉଦ୍ଧାର, ଜଣେ ନିଖୋଜ । ଦଶହରାରେ କୋଣାର୍କ ବୁଲିବାକୁ ଆସିଥିବା ତିନ ଜଣ ସାଙ୍ଗ ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିବା ଜଣାପଡ଼ିଛି । ସେମାନଙ୍କୁ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ରହିଛି । ନିଖୋଜ ଯୁବକ ଜଣକ ଜଗତସିଂହପୁରର ଜୀବନଜ୍ୟୋତି ମହାନ୍ତି(୧୯) ବୋଲି ଖବର ମିଳିଛି । ସୂଚନାନୁସାରେ ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ ଅଂଚଳର ସୁମନ୍ତ ଜେନା, ସୁଧିର ମଲ୍ଲିକ(୨୬) ଓ ଜଗତସିଂହପୁରର ଜୀବନଜ୍ୟୋତି ମହାନ୍ତି(୧୯) ସାଙ୍ଗ ହୋଇ କୋଣାର୍କ ବୁଲିବାକୁ ଆସିଥିଲେ । ଚନ୍ଦ୍ରଭାଗା କୂଳରେ ଗାଧୋଉଥିବା ସମୟରେ ଗଭୀର ସମୁଦ୍ରକୁ ଚାଲିଯାଇଥିଲେ ତିନି ଜଣ ସାଙ୍ଗ । ଲହଡ଼ି ମାଡ଼ରେ ସମୁଦ୍ରରେ ବୁଡି ଯାଉଥିବା ଦେଖି ତୁରନ୍ତ ଲାଇଫ ଗାର୍ଡ ସମୁଦ୍ରରୁ ଦୁଇ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଏବେ ଜୀବନଜ୍ୟୋତି ସମୁଦ୍ରରେ ନିଖୋଜ ଥିବା ଖବର ମିଳିଛି ।

Leave A Reply

Your email address will not be published.