ଦରମଗାଡ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବୈପାରିଗୁଡା : ପାର୍ବଣରେ ଅଭାବନୀୟ ଘଟଣା । ଦରମଗାଡ ନଦୀରେ ଭାସି ନିଖୋଜ ମହିଳାଙ୍କ ମୃତ୍ୟୁ । ନଦୀରୁ ମିଳିଲା ମୃତଦେହ । ମୃତକ କାଉକୁଣ୍ଡ ଗ୍ରାମର ପୁଲକ ଖରା ବୋଲି ଜଣାପଡ଼ିଛି । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍‌ ଅନ୍ତର୍ଗତ କାଉକୁଣ୍ଡ ଗ୍ରାମରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ମହିଳା ଜଣକ ଦରମଗାଡ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ନଦୀରେ ଭାସି ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ମହିଳାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଏହା ସହ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଟିମ୍‌ ପହଞ୍ଚି ସର୍ଚ୍ଚ ଅପ୍‌ରେସନ୍‌ ଆରମ୍ଭ କରିଥିଲା । ତେବେ ମହିଳାଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି । ପୋଲିସକୁ ମଧ୍ୟ ଖବର ଦେଇଥିଲେ ମହିଳାଙ୍କ ପରିବାର ଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.