ଟିଟିଲାଗଡ଼ ବିଦ୍ୟୁତ୍ ବିଭାଗର ୬୭ତମ ଦୁର୍ଗାପୂଜା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୬୭ ବର୍ଷରେ ପଦାର୍ପଣ କରିଛି ଟିଟିଲାଗଡ଼ ବିଦ୍ୟୁତ୍‌ ବିଭାଗର ଦୁର୍ଗାପୂଜା । ଚଳିତ ବର୍ଷ ଟିପିଡବ୍ଲ୍ୟୁଓଡ଼ିଏଲ୍‌ ପକ୍ଷରୁ ଲାଇଟ୍‌ ଉପକରଣ ସାଙ୍ଗକୁ ମେଢ଼ ସାଜସଜ୍ଜା ଅତି ସୁନ୍ଦର ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ଭୋଗ ବଣ୍ଟନ କରାଯାଉଥିବା ବେଳେ ଲୋକଙ୍କ ନିମନ୍ତେ ଭଜନ ସଂଧ୍ୟା ଆୟୋଜନ କରାଯାଉଛି । ପୁରୁଣା ପରମ୍ପରା ଅନୁଯାୟୀ ଚଳିତ ବର୍ଷ ମଧ୍ୟ ସେହି ରୀତିନୀତିରେ ପୂଜା ଆୟୋଜନ କରାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି । ପୂଜା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.