ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର – ୬ ଅଞ୍ଚଳର ଜୈନେକ ଧର୍ମପରାୟଣ ମହିଳା ବସନ୍ତ କୁମାରୀ ପଟ୍ଟନାୟକଙ୍କ ବିୟୋଗରେ ଏକାଦଶାହ କର୍ମ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସେକ୍ଟର – ୬ ସ୍ଥିତ ଶାରଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ କଳା ପରିଷଦ ସଂକଳ୍ପ ରାଉରକେଲାର ବରିଷ୍ଠ ସଦସ୍ୟ ପର୍ଶୁରାମ ପଟ୍ଟନାୟକଙ୍କ ମାତା ବସନ୍ତ କୁମାରୀ ପଟ୍ଟନାୟକଙ୍କ ୯୧ ବର୍ଷ ବୟସରେ ବାର୍ଦ୍ଧକ୍ୟଜନୀତ ଅସୁସ୍ଥତା କାରଣରୁ ପରଲୋକ ଘଟିଥିଲା । ଏଥି ନିମନ୍ତେ ପରିବାର ତରଫରୁ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ସହରର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ସଂକଳ୍ପ, କସ୍ତୁରୀ, ଆଦର୍ଶ ପାଠାଗାର, ଶାରଳା ସାଂସ୍କୃତିକ ପରିଷଦ, ଶାରଳା ପରିବାର, ନୀଳକଣ୍ଠେଶ୍ଵର ମନ୍ଦିର କମିଟିର ଆନନ୍ଦ ଚନ୍ଦ୍ର ମହାନ୍ତି, ଚନ୍ଦ୍ରଶେଖର ଶତପଥୀ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବାଉରୀବନ୍ଧୁ ସାହୁ, ଆର୍ତଭଞ୍ଜନ ମଲ୍ଲିକ, ଦୀପକ ରଥ, ଗୈାରାଙ୍ଗ ଦଳାଇ, ରଜତ ସାହୁ, ପ୍ରଭାକର ପାତ୍ର, ଆର୍ତ୍ତତ୍ରାଣ ମହାପାତ୍ର, ଅଶୋକ ବଳ, ପ୍ରକାଶ ସାହାଣୀ, କୁଞ୍ଜନଲାଲ ବୋଷ, ଅକ୍ଷୟ ଧଳ, ପ୍ରବୀର ମିଶ୍ର, ପ୍ରିୟରଞ୍ଜନ ରାଉତ, ଦିବ୍ୟେନ୍ଦୁ କୁଣ୍ଡୁ, ହିମାଂଶୁ ବଳ, ଲଳିତ ଜେନା, ପଞ୍ଚାନନ ପାତ୍ର, ପ୍ରମିଳା ଜେନା, ଦୀପକ ପାଢ଼ୀ, ଗଣପତି ରଣା, ହେମନ୍ତ ବେହେରା, ବାସୁଦେବ ଶତପଥୀ, ଅରବିନ୍ଦ ସ୍ୱାଇଁଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଆଶ୍ଵସନା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲାର ମୂଳ ବାସିନ୍ଦା ସ୍ୱର୍ଗତା ବସନ୍ତ କୁମାରୀଙ୍କ ପୁତ୍ର ପର୍ଶୁରାମ ପଟ୍ଟନାୟକ ଇସ୍ପାତ କାରଖାନାରେ କାର୍ଯ୍ୟରତ ଥିବାବେଳେ ସେ ତାଙ୍କ ନିକଟରେ ରହି ଆସୁଥିଲେ । ବସନ୍ତ ଜଣେ ଧର୍ମପରାୟଣ ମହିଳା ଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.