csstore

ପୁରେନା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଜାତୀୟ ଏନକ୍ୱାସ ମାନ୍ୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ଅନ୍ତର୍ଗତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ର ପୂରେନାକୁ ଭାରତ ସରକାରଙ୍କ ଜାତୀୟ ପ୍ରଣାଳୀ ସଞ୍ଚାଳନ କେନ୍ଦ୍ର, ନୂଆଦିଲ୍ଲୀ ପକ୍ଷରୁ ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ (ଏନକ୍ୱାସ) ମାନ୍ୟତା ମିଳିଛି । ଗତ ସେପ୍ଟେମ୍ବର ମାସ ତା. ୨୫.୯.୨୦୨୪ ରିଖ ଜାତୀୟ ସ୍ତରୀୟ ସମୀକ୍ଷା ଟିମ୍ ଏହି କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ସେହି ଟିମରେ ଜାତୀୟ ସମୀକ୍ଷକ ଡା. ଆଲୋକ ସିଂ ରାଏ ଓ ଏମ. ଡି. ଶାହନୱାଜ ପ୍ରମୁଖ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଦିଆଯାଉଥିବା ସେବା ଗୁଡ଼ିକୁ ସମୀକ୍ଷା କରି ଭାରତ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଉକ୍ତ ରିପୋର୍ଟ ଭିତ୍ତିରେ ସରକାର ମାନ୍ୟତା ପ୍ରଦାନ କରିଛନ୍ତି । ଏଥିରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପୁରେନାର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଦୀପକ କୁମାର ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ପିଙ୍କି ସାହୁ, ସମସ୍ତ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀଙ୍କ ଉଦ୍ୟମ ରହିଛି । ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ମାନ୍ୟତା ପାଇବାରେ ସାହାର୍ଯ୍ୟ କରିଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପୁରେନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜମଲାର ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସମସ୍ତ ଷ୍ଟାଫ୍ ଏବଂ ଉପଖଣ୍ଡ ଚିକିତ୍ସାଳୟ ପଦ୍ମପୁରର ମ୍ୟାନେଜର ଦିବ୍ୟ କୁମାର ମେହେରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.