oom

ଗୀତିନାଟ୍ୟ ମହିଷା ମର୍ଦ୍ଦିନୀ ପାଇଁ ପ୍ରସ୍ତୁତି

jsmm
  • ଡା. ରୁଦ୍ରନାରାୟଣ ପଟେଲ ମହିଷାଅସୁର ଭୂମିକାରେ ଅଭିନୟ କରିବେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜଗନ୍ନାଥପଡା ଶାରଦୀୟ ଦୁର୍ଗାପୂଜା ଅବସରରେ ସର୍ବପୁରାତନ ରାମଜୀ ନାଟକ ସଂସଦ ବଲାଙ୍ଗିରର କଳାକାରଙ୍କୁ ନେଇ ଗତ ୧୧ ତାରିଖ ଶୁକ୍ରବାର ଅଷ୍ଟମୀ ପୂଜା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୀତିନାଟ୍ୟ ମହିଷା ମଦ୍‌ର୍ଦ୍ଦିନୀ ଅନୁଷ୍ଠିତ ହେବ । ଗୁରୁଶ୍ରୀ ବାଳମୁକୁନ୍ଦ ବେହେରାଙ୍କ ନିର୍ଦ୍ଦେଶନାରେ କଳାକାର ଚୟନ ହୋଇଥିବା ବେଳେ ଡା. ରୁଦ୍ର ନାରାୟଣ ପଟେଲ ମହିଷାସୁର ଏବଂ ମା’ ଦୁର୍ଗାଙ୍କ ଭୂମିକାରେ ମାନସ ସାହୁ ଏବଂ ବିଭିନ୍ନ ଭୂମିକାରେ ପଡାବାସୀର କଳାକାରଙ୍କୁ ନେଇ ମାଉସୀ ମା’ ମନ୍ଦିରରେ ଦୀର୍ଘ ଏକମାସ ହେଲାଣି ଅଭ୍ୟାସ ଚାଲିଛି । ଦୁର୍ଗାପୂଜାକୁ ନେଇ ଦୀର୍ଘ ୩୩ ବର୍ଷ ପୂର୍ତ୍ତି ଅବସରରେ ଜଗନ୍ନାଥପଡା ସର୍ବପୁରାତନ ଦୁର୍ଗାପୂଜା କମିଟି ଏହା ଆୟୋଜନ କରିବ । ଏହି ସଂସଦରେ ପୂର୍ବରୁ ରାମଲୀଳା ଓ ଗୀତି ନାଟକ ସାବିତ୍ରୀ ସତ୍ୟବାନ ଅନୁଷ୍ଠିତ ହୋଇଥିଲା । ଏହାକୁ ନେଇ କମିଟିର ସଭାପତି ବାସୁଦେବ ବେହେରା ସୂଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.