ବିଷାକ୍ତ ଯୁକ୍ତ ଫଳମୂଳ ଯାଂଚ କରାଯାଉ ବୋଲି ଉପ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଆଇନ ଛାତ୍ର ଆଶିଷ ଜ୍ୟୋତିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱଚ୍ଛତା ହିଁ ସେବା । ସ୍ୱଚ୍ଛତା ହିଁ ମଣିଷକୁ ନିରୋଗ ରଖିଥାଏ । କିନ୍ତୁ ଖାଦ୍ୟ ପଦାର୍ଥ, ପାଣି, ପବନ ସବୁ ସ୍ୱଚ୍ଛତା ଅଭାବରୁ ବହୁ ଜନସାଧାରଣ ବିଭିନ୍ନ ପ୍ରକାର ରୋଗରେ ସଂକ୍ରମିତ ହେବାରେ ଜଣାପଡ଼ିଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ସବୁ ପରିବେଶକୁ ସ୍ୱଚ୍ଛତା ରଖିବା ପାଇଁଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ସରକାରୀ ବେସରକାରୀ ସ୍ତରରେ ଆୟୋଜନ କରାଯାଇଛି । ହେଲେ ଦୁର୍ଗାପୂଜା ପାର୍ବଣରେ ପଦ୍ମପୁର ଉପଖଣ୍ଡର ବଜାର ଓ ଷ୍ଟଲ୍ ମାନଙ୍କରେ ବିକ୍ରି ହେଉ ଥିବା ଫଳମୂଳ ସବୁ କେମିକାଲ୍‌ ଦିଆଯାଉଛି । ଦୈନିକଦିନ ଖାଉଥିବା ଫଳମୂଳ ତାହା ଆଜି ବିଷରେ ପରିଣତ ହୋଇଯାଇଛି । ଯାଦ୍ୱାରା ଲୋକେ ଖାଇ ଝାଡାବାନ୍ତି ହୋଇ ରୋଗ ଗ୍ରସ୍ତ ହେଉଛନ୍ତି । ଫଳମୂଳ ବିକ୍ରି ପାଇଁ ଗଚ୍ଛିତ । ବିଭିନ୍ନ ଫଳ ଗୋଦାମ ଗୁଡିକ ଆବଶ୍ୟକ ଅନୁମତି ନନେଇ ବିଷଯୁକ୍ତ କେମିକାଲ୍‌ (ରାସାୟନିକ) ସ୍ପେର ବହୁ ମାତ୍ରାରେ ପ୍ରୟୋଗ କରୁଥିବାରୁ ଏହାର ପ୍ରଭାବରେ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଖାଦ୍ୟ ମାନ ଓ ନିରାପତ୍ତା ଯାଂଚ ବିଭାଗ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି । ଏଣୁ ପାର୍ବଣ ସମୟରେ ଲୋକଙ୍କ ହିତ ଦୃଷ୍ଟିରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ । ବରଗଡ଼ ଜିଲ୍ଲାର ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ମେମୋରେଣ୍ଡମ ଦେଇଛନ୍ତି ।

Leave A Reply

Your email address will not be published.