ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ବଡ଼ ମେଡ଼ିକାଲରେ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ଦିନ କୁକୁଡାଖଣ୍ଡି ବ୍ଲକ ସମ୍ମୁଖରେ ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଜଳୁଥିବା ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି. ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି । ତେବେ ମଙ୍ଗଳବାର ସକାଳେ ଉକ୍ତ ଯୁବତୀଙ୍କ ବଡ଼ ମେଡ଼ିକାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.