oom

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ମୁରିବାହାଲରେ ସେଲଫି ପଏଣ୍ଟ ଓ ଛାତ୍ରୀ ଶୌଚାଳୟ ଉଦ୍‌ଘାଟିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଅମୃତ ସରୋବର ଖଜୁରୀ ବନ୍ଧରେ ପଞ୍ଚାୟତ ଅନୁଦାନରେ ନବନିର୍ମିତ ଆଇ ଲଭ୍ ମୁରିବାହାଲ ସେଲ୍ଫି ପଏଣ୍ଟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଏକ ଶୌଚାଳୟ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ନବନିର୍ମିତ ଏକ ଶୌଚାଳୟକୁ ଉଦ୍‌ଘାଟନ କରିଥିଲେ । ଏହାପରେ ଅମୃତ ସରୋବରରେ ନିର୍ମିତ ସେଲ୍ଫି ପଏଣ୍ଟକୁ ଉଦ୍‌ଘାଟନ କରିଥିଲେ । ମୁରିବାହାଲ ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଭୟ କାର୍ଯ୍ୟକ୍ରମରେ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଡଙ୍ଗରପଡ଼ା ସରପଞ୍ଚ ରାମଦାସ ମହାକୁର, ବାନ୍ଦୁପଳା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ପିଇଓ ପ୍ରକାଶ କୁମାର ପନିକା, ରାଜୀବ କୁମାର ମହାନ୍ତି, ଗିରିଧାରୀ ମହାନନ୍ଦ, ଗୁପ୍ତେଶ୍ୱର ସାହୁ, ଦିବ୍ୟଲୋଚନ ବୁଡେକ, ଆଇନଜୀବୀର ଏବାରୁ ପୁଟେଲ, ଶ୍ରୀପତି ଶାଣ୍ଢ, ଗିରିଧାରୀ କମ୍ପ, ମଧୁସୁଦନ ନାଗ, ମାନପତି ଶାଣ୍ଡ, ସୁମନ୍ତ ମହାଲିଙ୍ଗଙ୍କ ସହ ସମସ୍ତ ୱାର୍ଡ ସଭ୍ୟ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ । ମୁରିବାହାଲ ବଜରଙ୍ଗ ଦଳ ପକ୍ଷରୁ ସୁଧାଂଶୁ ଶେଖର ପୋଡ଼ ଯାଦବଙ୍କ ନେତୃତ୍ୱରେ ବିଧାୟକ ଶ୍ରୀ ବାଗଙ୍କୁ ବଜାର ପଡ଼ାରୁ ଜନବସତି ଓ ଅତ୍ୟନ୍ତ ବିପଦପୂର୍ଣ୍ଣ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ହଟାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିଧାୟକ ଏହାକୁ ଗୁରୁତ୍ଵର ସହ ନେଇ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

jittmm
Leave A Reply

Your email address will not be published.