ମାଁ ଭଗବତୀଙ୍କ ଛତର ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କୁରସୁଡ ଗ୍ରାମରେ ମଙ୍ଗଳବାର ମାଁ ଭଗବତୀଙ୍କ ଛତର ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ମାଁ ଭଗବତୀ ୟୁଥ୍‌ କମିଟି ପକ୍ଷରୁ ଆଯୋଜିତ ଛତର ଯାତ୍ରାରେ ମାଁ ଦ୍ୱାରସେନୀ ଘଣ୍ଟ ଓ କଳାହାଣ୍ଡିର ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଳଟିଥିଲା । ମାଁଙ୍କ ଛତର ସହରର ମୁଖ୍ୟ ରାସ୍ତା ଦେଇ ମନ୍ଦିରକୁ ପହଞ୍ଚିଥିଲା । କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ସୀମା ଓ ଆଖପାଖ ଅଞ୍ଚଳର ବହୁ ଭକ୍ତ ଯୋଗ ଦେଇଥିଲେ ।

Leave A Reply

Your email address will not be published.