ସୁପ୍ରିମଟାକ୍ସ ନର୍ସିଂ କଲେଜର ଶପଥ ଗ୍ରହଣ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଜ୍ୟୋତିନଗର ଲାଲ୍‌ଟିକ୍ରା ସ୍ଥିତ ସୁପ୍ରିମଟାକ୍ସ ନସିଂ କଲେଜର ତୃତୀୟ ବାର୍ଷିକ ଶପଥ ଗ୍ରହଣ ଉତ୍ସବ ପାଳିତ ହୋଇଯାଇଛି । ସୁପ୍ରିମଟାକ୍ସ କଲେଜର ଚେୟାରମେନ୍‌ ଅଜିତ ପାଲଙ୍କ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ୧୪ ଜଣ ଛାତ୍ରଛାତ୍ରୀ ଶପଥ ନେଇଥିଲେ । ଶ୍ରୀ ପାଲ ଛାତ୍ରଛାତ୍ରୀଙ୍କୁ ଆଦର୍ଶ ସେବିକା ହେବାକୁ ପରାମର୍ଶମାନ ଦେଇଥିଲେ । ନର୍ସିଂ କଲେଜ ଅଧ୍ୟକ୍ଷା ଲକ୍ଷ୍ମୀ ମେହେରଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ସରକାରୀ ଏଏନ୍‌ଏମ୍ ସ୍କୁଲ ବଲାଙ୍ଗିର ଅଧ୍ୟକ୍ଷା ବିନୋଦିନି ଦାଶ ଯୋଗଦେଇ ନିଷ୍ଠାପର ଭାବେ ରୋଗୀ ସେବା କରିବାକୁ ଆହ୍ୱାନ କରିଥିଲେ । ସୁପ୍ରିମଟାକ୍ସ ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ନାଗ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ଉପଦେଷ୍ଟା ଡା. ସିଦ୍ଧେଶ୍ୱର ମିଶ୍ର, ମ୍ୟାନେଜର ସତ୍ୟସୁନ୍ଦର ଦୀପ, ସୁପରିଷ୍ଟେଣ୍ଡେଣ୍ଟ ସିମନ ପାଲ ଓ ପ୍ରଶାସନିକ ଅଧିକାରୀ ପ୍ରୀତମ ବାଗ ମଂଚାସୀନ ଥିଲେ । ଅଧ୍ୟାପିକା ସିପୋନିୟ ବାଗ, ସୋନାଲିକା ସୁନା, ଆଲିଜାବେଥ ନନ୍ଦ, ୟୁନିକି କୁମାର ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଏହି ସମାରୋହରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ତୃତୀୟ ବର୍ଷ ଛାତ୍ରୀ ଶର୍ବରୀ ହନୁମାନ କାର୍ଯ୍ୟକ୍ରମକୁ ସଂଯୋଜନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.